ଜାଣନ୍ତୁ କିପରି ରିଟର୍ଣ୍ଣ ପାଇବେ ସାହାରା ଇଣ୍ଡିଆରେ କରିଥିବା ନିବେଶ ଟଙ୍କା

 

ସାହାରା ଇଣ୍ଡିଆକୁ ନେଇ ଆସିଲା ବଡ଼ ଅପଡେଟ୍ । ଏଣିକି ଆପଣ ଫେରି ପାଇବେ ନିବେଶ କରିଥିବା ଟଙ୍କା । ତେବେ ଜାଣନ୍ତୁ କିପରି ଓ କେବେ ଏଥି ପାଇଁ କରିବେ ଆବେଦନ ..... ଏବଂ ଫେରି ପାଇବେ କେତେ ଟଙ୍କା ......

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ମାର୍ଚ୍ଚ ୨୯ ୨୦୨୩ରେ ସାହାରା ଇଣ୍ଡିଆକୁ ନେଇ ସୁପ୍ରିମ କୋର୍ଟର ଶୁଣାଣି ପରେ ସରକାର ଉଠାଇ ଥିଲେ କିଛି ଏପରି ପଦକ୍ଷେପ । ଯେଉଁଥିରେ ଚଳିତ ବର୍ଷ ଜୁଲାଇ ୧୬ ପର୍ଯ୍ୟନ୍ତ ୨ ରୁ ୪ ଲକ୍ଷରୁ ଅଧିକ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ କରା ଯାଇଛି । ସୂଚନା ଅନୁସାରେ , ଏହି ନିବେଶକାରୀଙ୍କୁ ମୋଟ୍ ୩୬୨.୯୧ କୋଟି ଟଙ୍କା ଫେରସ୍ତ କରା ଯାଇଛି ।

ଏହି ବ୍ୟବସ୍ଥାକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାରଙ୍କ ତରଫରୁ ଅନଲାଇନ୍ ବ୍ୟବସ୍ଥା କରା ଯାଇଥିଲା । ଆପଣ ଅନଲାଇନ୍ ରେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ପୋର୍ଟାଲରେ ଟଙ୍କା ଫେରସ୍ତ ପାଇବା ପାଇଁ ଆବେଦନ କରି ପାରିବେ । ତେବେ ଏହି ପୋର୍ଟାଲ୍ ରେ ଆବେଦନ କରି ଆପଣ ୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିଥିବା ଟଙ୍କାର ଫେରସ୍ତ ପାଇ ପାରିବେ ।

ତେବେ ବର୍ତ୍ତମାନ ପୁଣି ଥରେ ଏହି ଅନଲାଇନ୍ ପୋର୍ଟାଲ୍ ବ୍ୟବସ୍ଥାକୁ ନିବେଶକାରିଙ୍କ ଦ୍ଵାରା ଆବେଦନ କରିବା ପାଇଁ ଚାଲୁ କରା ଯାଇଛି । ଯେଉଁଥିରେ ଆପଣ ଆବେଦନ କରି ନିବେଶ କରିଥିବା ଟଙ୍କାର ରିଟର୍ଣ୍ଣ ପାଇ ପାରିବେ ।

ଏଥିପାଇଁ ଆପଣଙ୍କୁ ଆପଣଙ୍କର ନିବେଶ କରିଥିବା ଟଙ୍କାର ସମସ୍ତ ପ୍ରମାଣ ପତ୍ର ଦେଖାଇବାକୁ ପଡ଼ିବ । ଯାହା ଦ୍ଵାରା ଆପଣ ଆପଣଙ୍କର ନିବେଶ କରିଥିବା ଟଙ୍କା ଫେରସ୍ତ ପାଇ ପାରିବେ । ଅଧିକ ଅବଗତ ନିମନ୍ତେ 05226931000 କିମ୍ବା 08069208216 କୁ କଲ୍ କରି ପାରିବେ ।