ଚନ୍ଦ୍ରଗ୍ରହଣର ଅବଧି ୧ଘଣ୍ଟା ୧୯ ମିନିଟ୍ ରହିବ, କେମିତି ପାଳିବେ କୁମାର ପୂର୍ଣ୍ଣିମା, କେତେବେଳେ ଟେକିବେ ଅଞ୍ଜୁଳି

 
ଆସନ୍ତା କାଲି ପାଳିତ ହେବାକୁ ଯାଉଛି କୁମାର ପୂର୍ଣ୍ଣିମା। ଏଥି ସହିତ ମା ଗଜ ଲକ୍ଷ୍ମୀଙ୍କ ପୂଜା ମଧ୍ୟ ଆରମ୍ଭ ହେବ । ହେଲେ ଏହି ଖୁସିର ମାହୋଲରେ ବାଧା ସୃଷ୍ଟି କରିଛି ଚନ୍ଦ୍ର ଗ୍ରହଣ । ଚଳିତ ବର୍ଷ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡ଼ିବାକୁ ଯାଉଛି କୁମାର ପୂର୍ଣ୍ଣିମାରେ ।

ହିନ୍ଦୁ ନୀତି ନିୟମ ଅନୁସାରେ ଚନ୍ଦ୍ର ଗ୍ରହଣ ହେଉ କି ସୂର୍ଯ୍ୟ ପରାଗ ଏସବୁକୁ ଅଶୁଭ ବୋଲି ମନେ କରା ଯାଇଥାଏ । ଯାହାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।ତେବେ ଏପରି ଏକ ଅଶୁଭ ଘଡିରେ କୁମାର ପୂର୍ଣ୍ଣିମା ହେଉ କି ଗଜ ଲକ୍ଷ୍ମୀଙ୍କ ପୂଜା ତାହା କିଭଳି ଓ କେଉଁ ସମୟରେ ପାଳନ କରାଯିବ, ଏ ନେଇ ଉଠୁଛି ବଡ ପ୍ରଶ୍ନ ।

ତେବେ ଆସନ୍ତୁ ଜାଣିବା କଣ ରହିଛି ପୂଜାର ମାଙ୍ଗଳିକ ମୁହୂର୍ତ୍ତ ।

ଗଣନାକାରୀ ମାନେ କହିଛନ୍ତି ଯେ ଅପରାହିଁ ୪ ଟା ୫ ମିନିଟ୍ ପୂର୍ବରୁ ଆଞ୍ଜୁଳୀ ଟେକା ଓ ଚାନ୍ଦ ପୂଜା ଆଦି ସମାପ୍ତ କରି ନେବା ପାଇଁ । ଏପରିକି ପୂଜା ମଣ୍ଡପ ଗୁଡ଼ିକରେ ମଧ୍ୟ ସମସ୍ତ ନୀତି ଏହି ସମୟ ପୂର୍ବରୁ ଶେଷ କରିବା ପାଇଁ ଦିଆ ଯାଇଛି ପରାମର୍ଶ ।

ଚଳିତ ବର୍ଷ ପ୍ରାୟ ଘଣ୍ଟା ଧରି ଚନ୍ଦ୍ର ଗ୍ରହଣ ଲାଗିବ । ରାତି୧ ଟା ୫ମିନିଟରେ ଗ୍ରହଣ ଲାଗି ରାତି୨ ଟା ୨୨ମିନିଟରେ ଏହା ଶେଷ ହେବ । ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ପାକନିତି ଓ ଦେବନୀତି ତ୍ୟାଗ କରାଯିବ । ତେଣୁ କରି ଉକ୍ତ ଦିନ କୁମାରି ମାନେ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ୪ ଟା ୫ ପୁର୍ବରୁ ସମସ୍ତ ପୂଜା ଅର୍ଚ୍ଚନା ଶେଷ କରିବା ହେବେ । 

ଜ୍ୟୋତିର୍ବିଦ ମାନେ ଚନ୍ଦ୍ରର ଉପସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମ ମୁହାଁ ହୋଇ ପୂଜା ଅର୍ଚ୍ଚନା କରିବା ପାଇଁ ପରାମର୍ଶ ଦେଇଛନ୍ତି ।