ଦୁର୍ଘଟଣା ବର୍ଷ ୨୦୨୩: ନେଇଛି ଅନେକ ମୁଣ୍ଡ, ଏହିସବୁ ଦୁର୍ଘଟଣା ଖାରଖାର୍ କରିଦେଇଛି ଅନେକ ପରିବାରକୁ

 

୨୦୨୩  ମସିହା ଶେଷ ହେବାକୁ ବସିଲାଣି। ହେଲେ ଆଜିବି ଲୋକେ ଭୁଲି ପାରୁନାହାଁନ୍ତି ସେହି ସବୁ ଭୟଙ୍କର ଦୃଶ୍ୟ। ଦୁର୍ଘଟଣା ସ୍ଥାନରେ ଥିବା ଲୋକଙ୍କ କାନକୁ ଏବେବି ଶୁଭା ଯାଉଛି ମତ୍ୟୁ ବେଳର ସେହି ଚିତ୍କାର। କୁଢ଼ କୁଢ଼ ଶବ ସାଙ୍ଗକୁ ସେହି ନିରୀହ ଆଖି ମାନଙ୍କର ଗୋଟିଏ ପ୍ରଶ୍ନ - କଣ ଭୁଲ୍ ଥିଲା ଆମର ? 

ସବୁ ବର୍ଷ କିଛି ଭଲ ଘଟି ଥାଏ ତ କିଛି ଖରାପ୍। ଭଲ ଓ ଖରାପ୍ ବା ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ୱ ପରି କାହାକୁ ଏଡ଼ାଇ ଦେବାବି କିପରି । ହେଲେ ୨୦୨୩ ମସିହାର ଏହି ଖରାପ୍ ସମୟ ଗୁଡ଼ିକ ଓ ଦୁଃଖଦ କାହାଣୀ ଗୁଡ଼ିକ ହୁଏତ ଚିର ଦିନ ପାଇଁ ରହିଯିବ। କେଜାଣି ଭଗଵାନ ଙ୍କ ଦୟାରୁ କେବେ କେଉଁ ଭଲ ସମୟ ର ସୁଅ ଆସିବ ଓ ସବୁ ଖରାପ୍ ସମୟକୁ ଧୋଇ ନେବ।

ତେବେ ଆସନ୍ତୁ ମନେ ପକେଇବା ୨୦୨୩ ମସିହାର ସେହି ସବୁ ଅଭାବନୀୟ ଦୁର୍ଘଟଣା। ଯାହାକି କାହାଠାରୁ ବାପା ଛଡେଇ ନେଇଛି ତ କାହା ଠାରୁ ସ୍ଵାମୀ ପୁଣି ଆଉ କାହା ଠାରୁ ଘରର ଏକ ମାତ୍ର ରୋଜାଗାରିଆ ପୁଅକୁ। କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ର ରିପୋର୍ଟ ଅନୁସାରେ ଚଳିତ ବର୍ଷ ସର୍ବାଧିକ ଜୀବନ ସଡକ ଦୁର୍ଘଟଣା ପାଇଁ ହିଁ ଯାଇଛି।

ସଡକ ଦୁର୍ଘଟଣା ସାଂଖ୍ୟ ସର୍ବାଧିକ ଥିବା ବେଳେ ତାପଛକୁ ଟ୍ରେନ୍ ଦୁର୍ଘଟଣା, ବଜ୍ରପାତ, ନିଆଁ ଲାଗିବା, ପାହାଡ଼ ଘୁସୁଡ଼ିବା ଓ ଆତଙ୍କବାଦି ଆକ୍ରମଣ ଜନିତ ମୃତ୍ୟୁ ରହିଛି। ଯେଉଁଥି ପାଇଁ ପ୍ରତୁର ଧନ ଜୀବନ କ୍ଷୟ ହୋଇଛି। ଏ ସମସ୍ତ ଦୁର୍ଘଟଣା ଠାରୁ ଅଧିକ ଭୟଙ୍କର ଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣା। ତେବେ ଆସନ୍ତୁ ଆଖି ପକାଇବା ମୃତ୍ୟୁ ସଂଖ୍ୟା ଉପରେ।

• ଟ୍ରେନ୍ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ପାଖା ପାଖି ୨୦୦୦ ଟପିଛି ।

• ସଡକ ଦୁର୍ଘଟଣାରେ ପାଖା ପାଖି ୬୦୦ ଜୀବନ ଯାଇଛି ।

• ନଦୀ ଓ ପୋଖରୀ ଓ ସମୁଦ୍ରରେ ବୁଡ଼ି ପ୍ରାୟ ୩୦୦ ଜୀବନ ଯାଇଛି ।

• ଆତଙ୍କବାଦୀ ଆକ୍ରମଣରେ ପାଖା ପାଖି ୫୦ ଯବାନ ଙ୍କର ଜୀବନ ଯାଇଛି ।