ଚାକିରୀ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ! ରେଳବାଇରେ ବାହାରିଲା ବଡ଼ ନିଯୁକ୍ତି, ଏପରି ଭାବରେ କରନ୍ତୁ ଆବେଦନ….

 

ନିଯୁକ୍ତି ପାଇଁ ଆସି ପହଞ୍ଚି ଯାଇଛି ବଡ଼ ସୁଯୋଗ! ପ୍ରକୃତରେ ଉତ୍ତର ରେଳବାଇରେ ୩୦୦୦ରୁ ଅଧିକ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତବର୍ଷ ଡିସେମ୍ବର ୧୧ ତାରିଖ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ସହିତ ଜାନୁୟାରୀ ୧୧ ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ। ଏଥିସହିତ ୧୨ ଫେବୃଆରୀ ୨୦୨୪ ରେ ଆପ୍ରେଣ୍ଟିସିପ୍ ନିଯୁକ୍ତି ପାଇଁ ଯୋଗ୍ୟତା ତାଲିକା ପ୍ରକାଶ ପାଇବ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

ଏହି ଆପ୍ରେଣ୍ଟିସିପ୍ ପାଇଁ ଯୋଗ୍ୟ ପ୍ରାର୍ଥୀ ଦଶମ ବୋର୍ଡ ପରୀକ୍ଷାରେ ଅତିକମରେ ୫୦% ମାର୍କ ରଖିଥିବା ଆବଶ୍ୟକ। ଏହା ବ୍ୟତୀତ ଏନସିଭିଟି/ଏନସିଭିଟି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଅନୁଷ୍ଠାନରୁ ସମ୍ପୃକ୍ତ ଟ୍ରେଣ୍ଡରେ ଆଇଟିଆଇ କରିବା ମଧ୍ୟ ଆବଶ୍ୟକ ଅଟେ। ୧୧ ଜାନୁଆରୀ ୨୦୨୪ କୁ ଅଶାୟୀ ପ୍ରାର୍ଥୀଙ୍କୁ ୧୫ ରୁ ୨୪ ବର୍ଷ ବୟସ ହୋଇଥିବା ଆବଶ୍ୟକ ଅଟେ।

ଏସସି, ଏସଟି, ଇଡବ୍ଲୁଏସ, ବିଡବ୍ଲୁଏସ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ମାଗଣା ରହିଛି। ଜେନେରାଲ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ଭାବରେ ଆବେଦନ ପାଇଁ ବୟସସୀମା ୧୫ ରୁ ୨୪ ବର୍ଷ ରହିଥିବା ବେଳେ ଏସସି / ଏସଟିଙ୍କ ପାଇଁ ୫ ବର୍ଷ, ଓବିସି ବର୍ଗ ପାଇଁ ୪ ବର୍ଷ ଏବଂ ଭିନ୍ନକ୍ଷମଙ୍କୁ ୧୦ ବର୍ଷର ଆରାମ ମିଳିବ।

ଆବେଦନ କରିବାକୁ ଆପଣଙ୍କୁ ସର୍ବପ୍ରଥମେ ଉତ୍ତର ରେଳବାଇ ନିଯୁକ୍ତି ସେଲ୍ ୱେବସାଇଟ https://www.rrcnr.org/ କୁ ଯିବାପାଇଁ ହେବ।

-ହୋମପେଜରେ ଥିବା ଅନଲାଇନ ଆପ୍ଲିକେସନର ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

-ସେଠାରେ ଆବେଦନ ଫର୍ମ ପୂରଣ କରିବା ସହିତ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।

- ଏହାପରେ ଆବେଦନ ଶୁଳ୍କ ଦେବା ସହିତ ଫର୍ମ ସବମିଟ୍ କରନ୍ତୁ ।

- ଦାଖଲ ହୋଇଥିବା ଫର୍ମରୁ ଏକ ପ୍ରିଣ୍ଟ ବାହାର କରିବା ସହିତ ଭବିଷ୍ୟତରେ ରେଫରେନ୍ସ ପାଇଁ ରଖନ୍ତୁ ।