ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ! ବ୍ୟାଙ୍କରେ ବାହାରିଲା ୪୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ ପୁରା ଖବର

 

ବ୍ୟାଙ୍କରେ ଚାକିରୀ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ମାନଙ୍କ ପାଇଁ ଆସିଛି ଖୁସି ଖବର। ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ଆଜ୍ଞା ହଁ, ସ୍କେଲ ୨ ଓ ସ୍କେଲ ୩ର ୪୦୦ ଅଫିସର ପଦବୀ ପୁରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବା ପାଇଁ ଆପଣଙ୍କୁ ଏହାର ଅଫିସିଆଲ ୱେବସାଇଟ୍ bankofmaharashtra.in. କୁ ଯିବାକୁ ହେବ। 

ଏହି ପଦବୀ ପାଇଁ ଜୁଲାଇ ୧୩ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଏହା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ବ୍ୟାଙ୍କରେ ସ୍କେଲ ୩ ଅଫିସର ପାଇଁ ୧୦୦ ପଦବୀ ଏବଂ ସ୍କେଲ ୨ ଅଫିସର ପାଇଁ ୩୦୦ ପଦବୀ ବାହାରିଛି। ୦୯-୮-୨୦୨୨୩ ଆପ୍ଲିକେସନ୍‌ ପ୍ରିଣ୍ଟ କରିବାର ଶେଷ ତାରିଖ ହୋଇଥିବା ବେଳେ ୧୩-୭-୨୦୨୩ ରୁ ୨୫-୭-୨୦୨୩ ମଧ୍ୟରେ ଆବେଦନକାରୀ ଅନ୍‌ଲାଇନ୍‌ ପେମେଣ୍ଟ କରିପାରିବେ। 

ଯୋଗ୍ୟତା:- ଏହି ଚାକିରୀ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କର ଭାରତ ସ୍ୱୀକୃତି ପ୍ରାପ୍ତ ଯେକୌଣସି କଲେଜ କିମ୍ବା ୟୁନିଭରସିଟିରୁ ବ୍ୟାଚ୍‌ଲର ଡିଗ୍ରୀ ରହିଥିବା ଆବଶ୍ୟକ। କଲେଜ କିମ୍ବା ୟୁନିଭର୍ସିଟିରେ ତାଙ୍କର ପ୍ରତ୍ୟେକ ସେମିଷ୍ଟରରେ ଏଗ୍ରୀଗେଟ୍‌ ମାର୍କ ଅନ୍ୟୁନ ୬୦ ପ୍ରତିଶତ ରହିଥିବା ଦରକାର ଅଟେ। ନିଯୁକ୍ତି ପାଇଁ ଏକ ଅନଲାଇନ ପରୀକ୍ଷା କରାଯିବ ଏହାର ମେଧା ତାଲିକା ଅନୁଯାଇ ହିଁ ପ୍ରାର୍ଥୀମାନେ ଇଣ୍ଟରଭିୟୁ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହେବେ।