ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ଚାକିରି ପାଇଁ ବଡ଼ ସୁଯୋଗ, ଖାଲି ଅଛି 46 ଟି ପୋଷ୍ଟ, ଏମିତି କରନ୍ତୁ ଆବେଦନ

 

29 ଅଗଷ୍ଟ 2023 ରେ, ଇଣ୍ଡିଆନ୍ କୋଷ୍ଟଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପ୍ରାର୍ଥୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାର କରିଛି । ଯୋଗ୍ୟ ପ୍ରାର୍ଥୀମାନେ ଇଣ୍ଡିଆନ୍ କୋଷ୍ଟଗାର୍ଡର ଅଫିସିଆଲ୍ ସାଇଟ join Indiancoastguard.cdac.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ଏହି ନିଯୁକ୍ତି ଅଭିଯାନ ସଂଗଠନରେ 46 ଟି ପଦ ପୂରଣ କରିବ । ପଞ୍ଜୀକରଣ ପ୍ରକ୍ରିୟା ସେପ୍ଟେମ୍ବର 1 ରୁ ଆରମ୍ଭ ହୋଇ 15 ସେପ୍ଟେମ୍ବର 2023 ରେ ଶେଷ ହେବ । ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ ପାଇଁ ନିମ୍ନରେ ପଢନ୍ତୁ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

ପୋଷ୍ଟ ବିବରଣୀ :-

ଜେନେରାଲ୍ ଡ୍ୟୁଟି (GD) - 25 ଟି ପୋଷ୍ଟ
ଟେକ୍ନିନାକଲ - 20 ଟି ପୋଷ୍ଟ
ଆଇନ - 1 ପୋଷ୍ଟ

ଯୋଗ୍ୟତା ମାନଦଣ୍ଡ :-

ପ୍ରାର୍ଥୀମାନେ ଏଠାରେ ଉପଲବ୍ଧ ବିସ୍ତୃତ ବିଜ୍ଞପ୍ତି ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଯାଞ୍ଚ କରିପାରିବେ ।

ଚୟନ ପ୍ରକ୍ରିୟା :-

ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଚୟନ ଅଲ ଇଣ୍ଡିଆ ମେରିଟ ଅର୍ଡର ଉପରେ ଆଧାରିତ ଯାହା ବିଭିନ୍ନ ପରୀକ୍ଷାରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଏବଂ ଏହି ପଦବୀ ପାଇଁ ଉପଲବ୍ଧ ପଦବୀ ସଂଖ୍ୟା ଉପରେ ଆଧାରିତ । ICG ରେ ନିଯୁକ୍ତି ପାଇଁ I, II, III, IV ଏବଂ V  ଷ୍ଟେଜକୁ କ୍ଲିୟର କରିବା ବାଧ୍ୟତାମୂଳକ । ସମିସ୍ତ ପ୍ରାର୍ଥୀ ବାଧ୍ୟତାମୂଳକ ଭାବେ ବୟୋମେଟ୍ରିକ୍‌ ଜରିଆରେ ନିଜର ଫଟୋ ପରିଚୟ ତଥା ପରିଚୟତ୍ର ଦେବେ ଏବଂ ସମସ୍ତ ପ୍ରକାର କାଗଜପତ୍ରରର ପ୍ରମାଣ ଦେବେ ।

ପରୀକ୍ଷା ଶୁଳ୍କ :-

SC / ST ବ୍ୟତୀତ ସମସ୍ତ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଶୁଳ୍କ 250 ଟଙ୍କା ଅଟେ । ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଭିସା / ମାଷ୍ଟର / ମାଏଷ୍ଟ୍ରୋ / ରୂପେ / କ୍ରେଡିଟ୍ / ଡେବିଟ୍ କାର୍ଡ / UPI ବ୍ୟବହାର କରି ଅନଲାଇନ୍ ମୋଡ୍ ମାଧ୍ୟମରେ ଶୁଳ୍କ ପ୍ରଦାନ କରିପାରିବେ । ଅଧିକ ସମ୍ବନ୍ଧୀୟ ବିବରଣୀ ପାଇଁ ପ୍ରାର୍ଥୀମାନେ ଇଣ୍ଡିଆନ୍ କୋଷ୍ଟଗାର୍ଡର ଅଫିସିଆଲ୍ ୱେବ୍‌ସାଇଟ୍‌କୁ ଯାଇ ଦେଖିପାରିବେ ।

ଆହୁରି ପଢନ୍ତୁ :- ଭଲ ପାର୍ଟ ଟାଇମ୍ ଚାକିରି ପାଇଁ ବଡ଼ ସୁଯୋଗ, ଅଳ୍ପ କାମରେ ରୋଜଗାର କରନ୍ତୁ ଲକ୍ଷାଧିକ ଟଙ୍କା