ଜିଓ ଆଣିଲା ନିଜ କଷ୍ଟମରଙ୍କ ପାଇଁ ଏକ ବଡ଼ ଅଫର୍ ମାତ୍ର ୫୧ ଟଙ୍କାରେ ଆପଣ ପାଇ ପାରିବେ ଅନଲିମିଟେଡ ଡାଟା, ଜାଣନ୍ତୁ ପୁରା ଖବର

 

ଏଣିକି ଜିଓ ସିମ୍ ଉପଭୋକ୍ତାଙ୍କ ପାଇଁ ଜିଓ ଆଣିଛି ଏକ ବଡ଼ ଖୁସି ଖବର । ମାତ୍ର ୫୧ ଟଙ୍କାରେ ଆପଣ ଏଣିକି ପାଇ ପାରିବେ ଅନଲିମିଟେଡ ଡାଟା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଆପଣ ତ ଜାଣିଥିବେ ଜିଓ ନିଜର ସମସ୍ତ ପ୍ଲାନ୍ ରେ ବୃଦ୍ଧି କରିଛି । ଯାହା ଦ୍ଵାରା ଜିଓ ସିମ୍ ଉପଭୋକ୍ତାମାନଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖା ଦେଇଛି ।

ଏହା ମଧ୍ୟରେ ଜିଓ ନିଜ କଷ୍ଟମରଙ୍କ ପାଇଁ ଆଣିଛି ୩ଟି ବଡ଼ ଅଫର୍ । ଏହି ଅଫର୍ ଅନୁସାରେ ଆପଣ ମାତ୍ର ୫୧ ଟଙ୍କା , ୧୦୧ ଟଙ୍କା ଏବଂ ୧୫୧ ଟଙ୍କାର ରିଚାର୍ଜ କରି ପାରିବେ । ଏହି ରିଚାର୍ଜ ସହ ଆପଣ ୫ଜି ଡାଟା ମଧ୍ୟ ଉପଭୋଗ କରି ପାରିବେ ।

ତେବେ ଏହି ଅଫର୍ ଅନୁସାରେ, ଯଦି ଆପଣ ୧ ମାସ ପାଇଁ ୧.୫ ଜିବିର ରିଚାର୍ଜ କରିଥିବେ ତେବେ ଏହି ରିଚାର୍ଜ ସହ ଆପଣ ୫୧ ଟଙ୍କା ରିଚାର୍ଜ କଲେ ଆପଣ ଅନଲିମିଟେଡ୍ ୫ଜି ଡାଟା ବ୍ୟବହାର କରି ପାରିବେ । ଆପଣଙ୍କର ୧ମାସର ବୈଧତା ପର୍ଯ୍ୟନ୍ତ ଆପଣ ଏହି ପ୍ଲାନର ଲାଭ ଉଠାଇ ପାରିବେ ।

ଏହା ପରେ ରହିଛି ୧୦୧ ଟଙ୍କାର ଅଫର୍ । ଏହି ପ୍ଲାନ ଅନୁସାରେ ଯଦି କୌଣସି ଜିଓ ସିମ୍ ୟୁଜର ୨ମାସ ପର୍ଯ୍ୟନ୍ତ ୧.୫ ଜିବିର ରିଚାର୍ଜ କରିଥିବେ ତେବେ ଆପଣ ଏହା ସହ ୧୦୧ ଟଙ୍କାର ରିଚାର୍ଜ କରି ନିଶ୍ଚିତରେ ୫ଜି ଏବଂ ୪ଜି ଡାଟା ବ୍ୟବହାର କରି ପାରିବେ ।

ସର୍ବ ଶେଷରେ ରହିଛି ୧୫୧ ଟଙ୍କାର ପ୍ଲାନ୍ । ଏହି ପ୍ଲାନ୍ ଅନୁସାରେ ଯଦି କେଉଁ ୟୁଜର ୨ମାସ ପାଇଁ ୧.୫ କିମ୍ବା ୧ ଜିବି ଡାଟା ରିଚାର୍ଜ କରିଥିବେ ତେବେ ସେ ଏହା ସହ ୧୫୧ ଟଙ୍କାର ରିଚାର୍ କରି ନିର୍ବିଘ୍ନରେ ୫ ଜି ଡାଟା ବ୍ୟବହାର କରି ପାରିବେ ।

କିନ୍ତୁ ଯଦି ଆପଣ ୭୪୯ କିମ୍ବା ୧୮୯୯ ଟଙ୍କାର ରିଚାର୍ଜ କରିଛନ୍ତି ତେବେ ଆପଣ ଏହି ସୁଯୋଗର ଲାଭ ଉଠାଇ ପାରିବେ ନାହିଁ । ଏବଂ ଏହି ଅଫର୍ କୁ ନେଇ ଏ ପର୍ଯ୍ୟନ୍ତ ରିଲିଆନ୍ସ ଜିଓ ତରଫରୁ ମଧ୍ୟ କୌଣସି ସ୍ପଷ୍ଟତା ମିଳି ନାହିଁ ।