୩ଲକ୍ଷ ଟଙ୍କା ଅଟେ ମୁକେଶ ଅମ୍ବାନୀଙ୍କ ଝିଅ ଇସାର ଗୋଟେ ବାହାଘର କାର୍ଡର ମୁଲ୍ୟ, କାର୍ଡ ଭିତରେ ରହିଛି ଅନେକ ଆକର୍ଷଣୀୟ ଜିନିଷ କାର୍ଡ ଖୋଲିଲା ମାତ୍ରେ ବାଜିବ ଏହି ମନ୍ତ୍ର

ଭାରତର ସବୁଠାରୁ ଧନୀ ବିଜନେସ ମ୍ୟାନ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇସା ଅମ୍ବାନୀଙ୍କ ବାହାଘର ଆନନ୍ଦ ବିରାମଲ୍ ଙ୍କ ସହ ୧୨ ଡିସେମ୍ବରରେ ହେବାକୁ ଯାଉଛି. ହେଲେ ଏହା ପୂର୍ବରୁ ହିଁ ଦୁହିଁଙ୍କ ବାହାଘର କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି. ମିଡିଆ ରିପୋର୍ଟ ଅନୁସାରେ ଏହି ରୋୟାଲ୍ କାର୍ଡର ଦାମ୍ ପାଖାପାଖି ୩ ଲକ୍ଷ ଟଙ୍କାର ଅଟେ. ଏହି କାର୍ଡର ଏକ ଭିଡିଓ ବି ସାମ୍ନାକୁ ଆସିଛି. ଯେଉଁଥିରେ ଦେଖିବାକୁ ମିଳିଛି ଯେ
 

ଭାରତର ସବୁଠାରୁ ଧନୀ ବିଜନେସ ମ୍ୟାନ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇସା ଅମ୍ବାନୀଙ୍କ ବାହାଘର ଆନନ୍ଦ ବିରାମଲ୍ ଙ୍କ ସହ ୧୨ ଡିସେମ୍ବରରେ ହେବାକୁ ଯାଉଛି. ହେଲେ ଏହା ପୂର୍ବରୁ ହିଁ ଦୁହିଁଙ୍କ ବାହାଘର କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି. ମିଡିଆ ରିପୋର୍ଟ ଅନୁସାରେ ଏହି ରୋୟାଲ୍ କାର୍ଡର ଦାମ୍ ପାଖାପାଖି ୩ ଲକ୍ଷ ଟଙ୍କାର ଅଟେ.

ଏହି କାର୍ଡର ଏକ ଭିଡିଓ ବି ସାମ୍ନାକୁ ଆସିଛି. ଯେଉଁଥିରେ ଦେଖିବାକୁ ମିଳିଛି ଯେ କାର୍ଡ ଦୁଇଟି ବକ୍ସରେ ଅଛି. ପ୍ରଥମ ବକ୍ସରେ ଇସା ଅମ୍ବାନୀ ଓ ଆନନ୍ଦ ପିରାମଲ୍ ଙ୍କ ନାମର ପ୍ରଥମ ଅକ୍ଷର ia ଲେଖା ଯାଇଛି. ପ୍ରଥମ ବକ୍ସ କ୍ରିମ୍ କଲର ଅଟେ. ଏହା ଫୁଲରେ ସଜା ହୋଇଛି. ତ ଅନ୍ୟ ଡବାଟି ଲାଇଟ୍ ଗୋଲାପି ଓ ଗୋଲଡେନ ରଙ୍ଗର ଅଟେ. ବକ୍ସ ଭିତରେ ମା ଲକ୍ଷ୍ମୀଙ୍କର ଫଟୋ ଅଛି. ଯାହା ଏକ ଷ୍ଟାଣ୍ଡ ଉପରେ ଲାଗିଛି. ବକ୍ସ ଖୋଲିଲେ ହିଁ ଗାୟତ୍ରୀ ମନ୍ତ୍ର ବାଜୁଛି.

ଇସା ଅମ୍ବାନୀ ଓ ଆନନ୍ଦ ପିରାମଲଙ୍କ ବାହାଘର ଭାରତରେ ହେବ. ଦୁଇଜଣ ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ଘରେ ଭାରତୀୟ ପରମ୍ପରା ରୀତିନୀତି ଓ ସଂସ୍କୃତି ଅନୁସାରେ ବାହାଘର ହେବ. ଇସା ଅମ୍ବାନୀ ଓ ଆନନ୍ଦ ପିରାମଲଙ୍କ ନିବନ୍ଧ ଇଟାଲୀର ଲେକ କୋମୋରେ ୨୧ ସେପ୍ଟେମ୍ବରରେ ହୋଇଥିଲା. ଯାହାର ଫଙ୍କସନ ତିନିଦିନ ଧରି ଚାଲିଥିଲା.