ପୋଷ୍ଟ ଅଫିସ୍ ର ବମ୍ପର୍ ସ୍କିମ୍: ମାସକୁ ୧୨,୦୦୦ ଟଙ୍କା ଦେଇ ପାଆନ୍ତୁ ୧.୦୩ କୋଟିର ରିଟର୍ଣ୍ଣ, ଜାଣନ୍ତୁ କେମିତି

 

ଟଙ୍କା ରୋଜଗାର କରିବା ସହିତ ଏହାକୁ ସଠିକ ସ୍ଥାନରେ ନିବେଶ କରିବା ମଧ୍ୟ ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଥାଏ। ବେଳେ ବେଳେ ଲୋକେ ଅଧିକ ଉପାର୍ଜନ ଆଶାରେ ଏଭଳି ସଂସ୍ଥାରେ ନିବେଶ କରିଥାନ୍ତି ଯେଉଁଠାରେ କ୍ଷତି ହେବାରେ ଆଶଙ୍କା ଅଧିକ ରହିଥାଏ। କିନ୍ତୁ, ବର୍ତ୍ତମାନ ଭାରତୀୟ ଡାକ ତରଫରୁ ଏଭଳି କିଛି ନିବେଶ ଯୋଜନା କାର୍ଯ୍ୟକାରୀ କରାଯାଉଛି ଯେଉଁଥିରେ ବିନା କୌଣସି ରିସ୍କରେ ଲୋକେ ଭଲ ସୁଧହାର ପାଇବା ସହିତ ନିବେଶ କରି ପାରିବେ।

ପୋଷ୍ଟ ଅଫିସ ସ୍ମଲ ସେଭିଂସ ଆକାଉଣ୍ଟ ମାଧ୍ୟମରେ ଆପଣ ନିବେଶ କରି ପାରିବେ। ଏହି ଯୋଜନା ୧ ବର୍ଷରୁ ଆରମ୍ଭ କରି ୧୫ ବର୍ଷ ପର୍ଯ୍ୟନ୍ତ ପରିପକ୍ଵତା ଅବଧି ପ୍ରଦାନ କରିଥାଏ। ଯଦି ଆପଣଙ୍କର ଦୀର୍ଘକାଳୀନ ବିନିଯୋଗ ଯୋଜନା ରହିଛି, ତେବେ ଆପଣଙ୍କୁ ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (ପିପିଏଫ୍) ରେ ବିନିଯୋଗ କରିବା ଉଚିତ୍। ଏହି ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନାରେ, ଆପଣ ବାର୍ଷିକ ୭.୧ ପ୍ରତିଶତ ଯୌଗିକ ସୁଧ ହାର ପାଇପାରିବେ। ଏହି ପ୍ଲାନର ପରିପକ୍ଵତା ସମୟ ୧୫ ବର୍ଷ ହୋଇଥିବା ବେଳେ ଆପଣ ଚାହିଁଲେ ଏହାକୁ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ପାରିବେ। ଏହା କରିବା ଦ୍ୱାରା ଆପଣ ଅଧିକ ସୁଧ ପାଇବାକୁ ସକ୍ଷମ ହୋଇପାରିବେ।

ଏଠାରେ କହି ରଖୁଛୁ ଯେ ଏହି ସଞ୍ଚୟ ଯୋଜନାରେ ଆପଣ ବାର୍ଷିକ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ଜମା କରାଯାଇପାରିବ। ଗୋଟିଏ ବର୍ଷରେ ଏକାସହିତ ୧.୫୦ ଲକ୍ଷ ଟଙ୍କା ଜମା କରିବା ପରିବର୍ତ୍ତେ, ଆପଣ ଏହି ଯୋଜନା ଅଧୀନରେ ମାସକୁ ୧୨,୫୦୦ ଟଙ୍କା ଜମା କରି ପାରିବେ। ଆହୁରି ମଧ୍ୟ, ଆପଣ ଆୟକର ଅଧିନିୟମର 80C ଅନୁଯାୟୀ PPF ଆକାଉଣ୍ଟରୁ ଟିକସ ଛାଡ ପାଇପାରିବେ। ଏହି ନିୟମ ଅନୁଯାଇ ଆପଣ ଉପାର୍ଜନ କରିଥିବା ସୁଧ ଏବଂ ପରିପକ୍ୱତା ଆୟ ପାଇଁ ଆପଣଙ୍କୁ କୌଣସି ପ୍ରକାରର ଟିକସ ଦେବାକୁ ପଡିବ ନାହିଁ। ଏହି ଯୋଜନା ଆଧାରରେ ଯଦି ଆପଣ ୨୫ ବର୍ଷ ଯାଏଁ ପ୍ରତି ମାସରେ ୧୨,୫୦୦ ଟଙ୍କାର ନିବେଶ କରନ୍ତି ତେବେ ୭.୧ ପ୍ରତିଶତ ସୁଧ ହାରରେ ଆପଣ ୧.୦୩ କୋଟି ଟଙ୍କାର ମ୍ୟାଚ୍ୟୁରିଟି ଆମାଉଣ୍ଟ ପାଇ ପାରିବେ।