୧୦ମ ପାସଙ୍କ ପାଇଁ ଡାକ ବିଭାଗରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ୪୦ବର୍ଷ ବୟସ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। Punjab Postal Circle Recruitment 2019 ୨୦୧୯ରେ ୮୫୧ ଗ୍ରାମୀଣ ଡାକ ସେବାକ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୦ମ ଶ୍ରେଣୀ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୪, ୨୦୧୯। ବଡ କଥା ହେଉଛି, ଏଥିପାଇଁ ଯୋଗ୍ୟ ଆଶାୟୀପ୍ରାର୍ଥଙ୍କ ସର୍ବାଧିକ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ଅର୍ଥାତ ୪୦ବର୍ଷ ବୟସ
 

ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। Punjab Postal Circle Recruitment 2019 ୨୦୧୯ରେ ୮୫୧ ଗ୍ରାମୀଣ ଡାକ ସେବାକ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୦ମ ଶ୍ରେଣୀ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୪, ୨୦୧୯। ବଡ କଥା ହେଉଛି, ଏଥିପାଇଁ ଯୋଗ୍ୟ ଆଶାୟୀପ୍ରାର୍ଥଙ୍କ ସର୍ବାଧିକ ବୟସ ସୀମା ୪୦ ବର୍ଷ ଧାର୍ଯ୍ୟ କରାଯାଇଛି। ଅର୍ଥାତ ୪୦ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ବି ଏଥିପାଇଁ ଆବେଦନ କରିବାର ସୁଯୋଗ ମିଳିବ।

ଗ୍ରାମୀଣ ଡାକ ସେବକର ୮୫୧ ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ଯେଉଁଥିରେ ଆରକ୍ଷଣ ବର୍ଗର ଆଶାୟୀପ୍ରାର୍ଥୀଙ୍କୁ ବି ସୁଯୋଗ ଦିଆଯିବ। ଏଠାରେ ଆମେ କହି ରଖୁଛୁ କି, ଇଡବ୍ଲୁଏସ ଶ୍ରେଣୀଙ୍କ ପାଇଁ ୫୧ଟି, ଓବିସି ପାଇଁ ୧୫୩ଟି ଏବଂ ଏସସି ପାଇଁ ୨୧୦ଟି ସିଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜେନେରାଲ/ ଓବିସି/ପୁରୁଷ ଇଡବ୍ଲୁଏସ ଆଶାୟୀପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଫିସ ଦେବାକୁ ହେବ। ତେବେ ଏସସି/ଏସଟି/ପିଡବ୍ଲୁଡି ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ସଂପୂର୍ଣ୍ଣ ମାଗଣା ରହିଛି।

ଆବେଦନ କରିବାର ତାରିଖ- ୫ ଅଗଷ୍ଟ ୨୦୧୯
ଆବେଦନ କରିବାର ଶେଷ ତାରିଖ- ସେପ୍ଟେମ୍ବର ୪, ୨୦୧୯
ଅନଲାଇନ ଆପ୍ଲିକେସନ ଜମା କରିବାର ତାରିଖ- ୫ ଅଗଷ୍ଟ, ୨୦୧୯, ଅନଲାଇନ ଆପ୍ଲିକେସନ ପୈଠ କରିବାର ଶେଷ ତାରିଖ ରହିଛି ୪ ସେପ୍ଟେମ୍ବର ୨୦୧୯

ଆଶାୟୀପ୍ରାର୍ଥୀ କୌଣସି ବି ସୀକୃତି ସଂସ୍ଥା ବା ଅନୁଷ୍ଠାନରୁ ୧୦ ଶ୍ରେଣୀ ପାସ୍ କରିଥିବା ଜରୁରୀ । ଏଠାରେ ଆମେ କହି ରଖୁଛୁ କି, ୧୦ ପାସ୍ କରିଥିବା ପ୍ରାର୍ଥୀଙ୍କ ନିକଟରେ ଉଭୟ ଗଣିତ ଏବଂ ଇଂରାଜୀ ବିଷୟ ଉପରେ ବିଶେଷ ଜ୍ଞାନ ଥିବା ଦରକାର ।

ଏହି ପଦବୀ ଲାଗି ଆବେଦନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ସର୍ବନିମ୍ନ ବୟସ ୧୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ୪୦ ବର୍ଷ ରଖାଯାଇଛି। ଇଚ୍ଛୁକ ଆଶାୟୀପ୍ରାର୍ଥୀ ଡାକ ବିଭାଗର ଆଧିକାରୀକ ୱେବସାଇଟ୍ appost.inକୁ ଯାଇ ଆବେଦନ କରିପାରିବେ। ତେବେ ଆଶାୟୀପ୍ରାର୍ଥୀଙ୍କର ଚୟନ ୧୦ ଶ୍ରେଣୀରେ ରଖିଥିବା ମାର୍କ ଆଧାରରେ କରାଯିବ।