ଆସିଲା ନୂଆ ନିୟମ, ଦୁଇଟି ବିବାହ କଲେ ଚାକିରିରୁ ହେବେ ବହିଷ୍କୃତ, କଡାକଡି କଲେ ସରକାର, ଜାଣନ୍ତୁ ପୁରା ଖବର

 

ଦ୍ଵିତୀୟ ବିବାହ କଲେ ଚାଲିଯିବ ସରକାରୀ ଚାକିରି । କଡ଼ା କଡ଼ି ପାଳିତ ହେବ ନିୟମ । ଘୋଷଣା କଲେ ସରକାର । ନିଜର ସ୍ତ୍ରୀ ବଞ୍ଚି ଥିଲେ ଦ୍ଵିତୀୟ ବିବାହ କରି ପାରିବେ ନାହିଁ ସରକାରୀ ଚାକିରିଆ। ଏପରି ଏକ ନୂଆ ନିୟମ ଦେଖିବାକୁ ମିଳିଛି ଆସାମରେ । 

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ସରକାରୀ କ୍ଷେତ୍ରରେ କଡ଼ା କଡ଼ି ପାଳନ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ନିର୍ଦ୍ଦେଶ ନାମା ଜାରି କରି ସରକାର କହିଛନ୍ତି ଯଦି ସ୍ଵାମୀ କି ସ୍ତ୍ରୀ ଜୀବିତ ଅଛନ୍ତି ତେବେ ଅନ୍ୟ ଜଣଙ୍କୁ ବିବାହ କରି ପାରିବେ ନାହିଁ ସରକାରୀ କର୍ମଚାରୀ।

ତେବେ ଯଦି ଏପରି କରିବାକୁ ପଡେ ପୂର୍ବରୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ।

ତେବେ ଏଥିରେ ଛାଡ଼ପତ୍ର ବିଷୟରେ କୌଣସି କଥା ଉଲ୍ଲେଖ କରାଯାଇ ନାହିଁ । ଏପରିକି ଛାଡପତ୍ରର ମାନଦଣ୍ଡ ଛାଡ଼ପତ୍ର ପୂର୍ବ ଓ ପରର ପଦକ୍ଷେପ କଣ ରହିବ ସେ ବିଷୟରେ ମଧ୍ୟ ସ୍ପଷ୍ଟ କରା ଯାଇ ନାହିଁ ।

ନୀୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏପରିକି ଜୋରିମାନା ସହିତ ଚାକିରୀରୁ ମଧ୍ୟ ଛଟେଇ ହୋଇପାରେ । ଆସାମ ସିଭିଲ ସର୍ଭିସ ନିୟମ ଅନୁଯାୟୀ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବୋଲି ବିଜ୍ଞପ୍ତି ରେ କୁହାଯାଇଛି ।