ଇସ୍ରାଏଲରେ ଭୟଙ୍କର ଯୁଦ୍ଧ ପରିସ୍ଥିତି, ଛୋଟ ପିଲାଙ୍କୁ ଅପହରଣ କରି ଦୁଷ୍କର୍ମ କରୁଛି ହମସ୍ ଏବଂ...
ଇସ୍ରାଏଲ୍ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଜାରି ରହିଛି। ସାରା ବିଶ୍ୱ ଏହାକୁ ନିନ୍ଦା କରୁଥିବା ବେଳେ ଏଥିନେଇ ଚିନ୍ତିତ ରହିଛି। ତେବେ, ଏହାରି ମଧ୍ୟରେ ହମସ ଦ୍ୱାରା କରାଯାଉଥିବା ବର୍ବରତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହମସ ଖୁଲମଖୁଲା ସାଧାରଣ ଲୋକଙ୍କୁ ହତ୍ୟା ଏବଂ ଅତ୍ୟାଚାର କରୁଥିବାର ଅନେକ ଚିତ୍ର ସାମ୍ନାକୁ ଆସୁଛି।
ଏପରିକି ସେମାନେ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଛାଡୁନାହାଁନ୍ତି। ଭାଇରାଲ ହେଉଥିବା ଏକ ଭିଡ଼ିଓରେ ହମସ୍ ଆତଙ୍କବାଦୀ ସଂଗଠନ କିଛି ଛୋଟ ପିଲାଙ୍କୁ କାବୁ କରି ରଖିଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଅପହରଣ କରାଯାଇଥିବା ଇହୁଦୀ ଶିଶୁଙ୍କୁ ସେମାନେ ଟଣାଓଟରା କରିବା ସହିତ ବିଭିନ୍ନ ଭାଷାରେ ଗାଳି ମଧ୍ୟ କରୁଛନ୍ତି। ସୋସିଆଲ ମିଡିଆ ସାଇଟ ଏକ୍ସରେ ଏହି ଭିଡ଼ିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି।
ସାଧାରଣ ଲୋକଙ୍କୁ ଘର ଭିତରୁ ବାହାରକୁ ବାହାର କରିବା ସହିତ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଉଥିବା ସୂଚନା ମିଳିଛି। ତେବେ, ଘରୁ କେହି ନ ବାହାରିଲେ ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଘରକୁ ଜାଳି ଦେଉଥିବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି।
ଆହୁରି ପଢ଼ନ୍ତୁ:- ଭାରତର ଏହି ସ୍ଥାନରେ ପୁରୁଷଙ୍କ ହୁଏ ଦେହ ନିଲାମ, ଧନୀ ଘର ଝିଅ କିଣନ୍ତି ପୁଅଙ୍କୁ, ରାତିରେ ପଦାକୁ ବାହାରିବାକୁ ଡରନ୍ତି ପୁଅମାନେ