ଓଡ଼ିଶାରେ ସରକାରୀ ଚାକିରୀ ସୁଯୋଗ, ପୂରଣ ହେବ 1,008 ଉଚ୍ଚ ମାଧ୍ୟମିକ PGT ପଦବୀ

 

ରାଜ୍ୟରେ ଶିକ୍ଷକ ପଦବୀ ପୂରଣ ହେବ । ଶିକ୍ଷକ ନିଯୁକ୍ତି ସମ୍ପର୍କରେ ସରକାର ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା 1,008 ଉଚ୍ଚ ମାଧ୍ୟମିକ PGT ପଦବୀ ଶୀଘ୍ର ରାଜ୍ୟରେ ପୂରଣ ହେବାକୁ ଯାଉଛି । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 23 ଟି ବିଭିନ୍ନ ବିଷୟ ପାଇଁ ଏହି ନିଯୁକ୍ତି କରାଯିବ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

ଏହି ନିଯୁକ୍ତି 50 ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମଧ୍ୟମ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବୀକରଣ ହୋଇଥିବା 106 ଟି ବିଦ୍ୟାଳୟରେ ନିଯୁକ୍ତି ହେବ । ଓଡିଶା ଜନସେବା ଆୟୋଗ ଏହା କହିଛି ଯେ ଏହି ଚୟନ ସମାପ୍ତ ହେବା ପରେ ଉଚ୍ଚଶିକ୍ଷା ବିଭାଗର ଶିକ୍ଷାଦାନ କରୁଥିବା ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚଶିକ୍ଷା ବିଭାଗକୁ ଫେରାଇ ଦିଆଯିବ ।

ତେବେ 1,008 ଉଚ୍ଚ ମାଧ୍ୟମିକ PGT ପଦବୀ ପୂରଣ କରିବାକୁ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଯଦି ସରକାର ଏହି ପଦବୀ ଶୀଘ୍ର ପୂରଣ କରନ୍ତି ତେବେ ଛାତ୍ରମାନେ ଉପକୃତ ହୋଇପାରିବେ । ଦୀର୍ଘ ଦିନ ଧରି ଅନେକ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଦେଖାଦେଇଛି । ଯେଉଁ କାରଣରୁ ପିଲାମାନେ ସେମାନଙ୍କ ଅଧ୍ୟୟନ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛନ୍ତି ।