ପୁଣି ୬୦୦୦ ହଜାର ଟଙ୍କା କମିଗଲା ସୁନା ଦର ! ଏବେ ୧୦ ଗ୍ରାମକୁ ମାତ୍ର ଏତିକି ଟଙ୍କା

 

ଭାରତ ବର୍ତ୍ତମାନ ଅନ୍ୟ ଦେଶ ଓ ରାଷ୍ଟ୍ରର ସୁନା ଦର ଠାରୁ ଢେର କମ ଦରରେ କାରବାର କରୁଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଚାହିଦା ଓ ଭୂ-ରାଜନୈତିକ କାରଣରୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଓମାନ, ୟୁଏଇ, ସିଙ୍ଗାପୁର ଠାରୁ ଭାରତର ସୁନା ଦର ଶସ୍ତା ବୋଲି କୁହାଯାଉଛି। ସେହିପରି ଚଳିତ ସପ୍ତାହରେ ମଧ୍ୟ ସୁନା ଦର ପୂର୍ବ ସପ୍ତାହ ଅପେକ୍ଷା ୨.୫% ହ୍ରାସ ହୋଇଛି। ଏପରିକି ଭାରତରେ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଉଛି। 

ହେଲେ ଇସ୍ରାଏଲ ଏବଂ ଗାଜାରେ ଭୂ ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ଭାରତ ତୁଳନାରେ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକରେ ସୁନା ଯଥେଷ୍ଟ ଅଧିକ ରହିଛି। ଉଲ୍ଲେଖଯୋଗ୍ୟ, ଓମାନ, ୟୁଏଇ, ସିଙ୍ଗାପୁରରେ ରବିବାର ସୁନା ଦର ଯଥାକ୍ରମେ ପ୍ରତି ୧୦୦ ଗ୍ରାମ୍‌ ପିଛା ୨୨୦୦ରୁ ୨୫୫୦ ଡଲାର ରହିଥିଲାବେଳେ ଭାରତରେ ସୁନା ୧୦ ଗ୍ରାମ ପିଛା ୬୯,୫୦୦ରୁ ୭୫,୫୦୦ ଟଙ୍କା ରହିଛି। 

ଏପରିକି ନୂଆଦିଲ୍ଲୀରେ ରବିବାର ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୍‌ ପିଛା ପ୍ରାୟ ୭୫,୮୨୩ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ୍‌ ପିଛା ୬୯,୫୨୩ ଟଙ୍କାରେ କାରବାର ହେଉଥିଲା। ସେହିଭଳି ମୂଲ୍ୟବାନ ଅଳଙ୍କାର ଓ ୧୮କ୍ୟାରେଟ ସୁନା ଦର ପ୍ରାୟ ୫୦ରୁ ୫୫ହଜାର ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୯୯,୦୦୦ ଟଙ୍କାରେ କାରବାର ହେଉଛି। 

ଏପରିକି ଭୁବନେଶ୍ୱରରେ ମଧ୍ୟ ସୁନା ଦର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ପିଛା ପ୍ରାୟ ୭୫,୬୫୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ୍‌ ପିଛା ୬୯,୩୫୦ ଟଙ୍କାରେ କାରବାର ହେଉଥିଲା। ସେହିଭଳି ମୂଲ୍ୟବାନ ଅଳଙ୍କାର ଓ ୧୮କ୍ୟାରେଟ ସୁନା ଦର ପ୍ରାୟ ୫୦ ରୁ ୫୫ହଜାର ଟଙ୍କାରେ ବିକ୍ରି ହେଉଥିଲାବେଳେ ରୁପା ଦର କିଲୋଗ୍ରାମ ପିଛା ୯୯,୦୦୦ ଟଙ୍କାରେ କାରବାର ହେଉଛି।