ଝିଅ ମାନଙ୍କ ପାଇଁ ସୁଯୋଗ! ଚାଷୀ ପୁଅକୁ ବାହାହେଲେ ମିଳିବ ୨ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ଖବର

 

ନିର୍ବାଚନ ସମୟରେ ଭୋଟ୍ ପାଇବା ପାଇଁ ନେତାମାନେ ଲୋକମାନଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରଲୋଭନ ଦେଉଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। ଏଭଳି ହିଁ ଏକ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଚାଷୀ ପୁଅକୁ ଯେଉଁ ଯୁବତୀ ବିବାହ କରିବେ ତାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଏଠାରେ ଏକ ରାଜନୈତିକ ଦଳ ପକ୍ଷରୁ ଘୋଷଣା କରାଯାଇଛି।

 ସବୁଠାରୁ ବଡ଼ କଥା ହେଉଛି କୌଣସି ଛୋଟ କିମ୍ବା କୁଜି ନେତା ନୁହେଁ ବରଂ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏଭଳି ଘୋଷଣା କରାଯାଇଛି। କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି (ଏସ) ନେତା ଏଚଡି କୁମାରସ୍ୱାମୀ ସୋମବାର ଏଭଳି ଘୋଷଣା କରିଛନ୍ତି ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। କୁମାରସ୍ୱାମୀଙ୍କ ପ୍ରତିଶୃତି ଅନୁଯାଇ ତାଙ୍କ ଦଳ ନିର୍ବାଚନ ଜିତିଲେ ସରକାର ଚାଷୀମାନଙ୍କୁ ବିବାହ କରୁଥିବା ଯୁବତୀଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବେ।

ଆଜିକାଲି ଝିଅମାନେ ଚାଷୀ ପରିବାରରେ ବିବାହ କରିବାକୁ ରାଜି ହେଉନଥିବାରୁ ଏଭଳି ଯୋଜନା ଚାଷୀମାନଙ୍କୁ ଆକର୍ଷିତ କରିବ ବୋଲି ଜେଡି (ଏସ) ଭାବୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମେ ୧୦ରେ କର୍ଣ୍ଣାଟକରେ ମତଦାନ ହେବ । ମେ ୧୩ରେ ଫଳାଫଳ ଘୋଷଣା କରାଯିବ। ଜେଡ଼ିଏସ୍ ସମେତ ବିଜେପି, କଂଗ୍ରେସ ଏବଂ ଅନ୍ୟ ଦଳ ଗୁଡିକ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।