ଦେଖନ୍ତୁ ଭିଡ଼ିଓ: ବିଚ୍ ରାସ୍ତାରେ କୁନି ଝିଅକୁ ଝୁଣିଦେଇ ଗଲେ କୁକୁର ଦଳ, CCTV ରେ କଏଦ ହେଲା ଛାତିଥରା ଦୃଶ୍ୟ….

 

ବିଚ୍ ରାସ୍ତାରେ କୁନି ଝିଅକୁ ଝୁଣିଦେଲେ ବୁଲା କୁକୁର ଦଳ। ଗୋଟିଏ ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚୋଟି କୁକୁର ଆକ୍ରମଣରେ କୁନି ଝିଅଟି କ୍ଷତ ବିକ୍ଷତ ହୋଇଯିବା ସହ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ, ପୁରା ଘଟଣାର ଏକ ସିସିଟିଭି ଫୁଟେଜ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡ଼ିଓରେ କୁନି ଝିଅଟି ରାସ୍ତାରେ ଖେଳୁଥିବା ଦେଖିବାକୁ ମିଳୁଛି। ଠିକ ସେହି ସମୟରେ କିଛି ବୁଲା କୁକୁର ଝିଅଟି ଉପରକୁ ଆକ୍ରମଣ କରୁଛନ୍ତି। କୁନି ଝିଅଟି ସେମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସତଚେଷ୍ଟା କରିଥିଲେ ମଧ୍ୟ ସଂଘବଦ୍ଧ ହୋଇ ଆସିଥିବା କୁକରମାନେ ତାକୁ ଚାରିଆଡୁ ଘେରି ନେଇଥିଲେ। କୁକୁରମାନେ ଝିଅଟିର ହାତ, ଗୋଡ଼, ମୁଣ୍ଡକୁ କାମୁଡି ରକ୍ତାକ୍ତ କରି ଦେଇଥିଲେ। ତେବେ, ଝିଅଟିର ପାଟି ଶୁଣି ଜଣେ ଯୁବକ କୁକୁରମାନଙ୍କୁ ଘଉଡ଼ାଇ ଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-