ଧୋକା ଦେଇଥିଲେ ନିଜର ପ୍ରିୟ ବନ୍ଧୁ ଏବଂ ସ୍ତ୍ରୀ, ବିବାହ ରାତିରେ ବରର ସାଙ୍ଗ ସହ କନିଆ ର ଶାରୀରିକ ସମ୍ପର୍କ ! 

 

ଧୋକା ଦେଇଗଲା ପ୍ରିୟ ବନ୍ଧୁ ଏବଂ ଭାବି ସ୍ତ୍ରୀ। ବାହାଘର ଦିନ ବରର ପ୍ରିୟ ବନ୍ଧୁ ସହ ଶାରୀରିକ ସମ୍ପର୍କ ରଖିଲେ ଏହି ଯୁବତୀ। କଥାଟି ଶୁଣିବାକୁ ବିଚିତ୍ର ଲାଗୁଥିଲେ ହେଁ ନୂଆଦିଲ୍ଲୀ ଠାରେ ଘଟିଥିବା ଏହିଭଳି ଏକ ମାମଲା ଶୁଣିବାକୁ ମିଳିଛି। ଯୁବତୀଙ୍କ ବିବାହ ଦିନ ହିଁ ଏହି ଘଟଣା ଘଟିଥିବା ବେଳେ ଏହାର ଅନେକ ଦିନ ପରେ ଏହି ମାମଲା ସାମ୍ନାକୁ ଆସିଛି।

ଘଟଣା ମୁତାବକ ନିଜ ବନ୍ଧୁର ବାହାଘରକୁ ଯାଇଥିବା ମହିଳାଙ୍କର ନଜର ବରର ବନ୍ଧୁ ଉପରେ ପଡ଼ିଥିଲା। ମାତ୍ର କିଛି ସମୟର କଥା ବାର୍ତ୍ତା ପରେ ଉଭୟେ ଶାରୀରିକ ସମ୍ପର୍କ ରଖିବାକୁ ମନସ୍ଥ କରିଥିଲେ। ମହିଳା ଜଣକ ନିଜ ସ୍ୱାମୀଙ୍କୁ ନ ଜଣାଇ ସେହି ଯୁବକଙ୍କ ସହିତ ହୋଟେଲ କୁ ପଳାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। କିନ୍ତୁ, ସେକ୍ସ ମଝିରେ ହିଁ ଯୁବତୀ ଜଣକ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ।

ବନ୍ଧୁ ଜଣକ ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେକ୍ସ କରୁଥିବା ସମୟରେ ଯୁବତୀ ଜଣକ ଅତ୍ୟଧିକ ଉତ୍ତେଜିତ ହୋଇପଡିବାରୁ ତାଙ୍କୁ ହାର୍ଟଆଟାକ୍ ଆସିଥିବା ଡାକ୍ତର କହିଥିଲେ। ତେବେ, ଭାଗ୍ୟବଶତଃ ଯୁବତୀ ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ନିଜ ବରପାତ୍ରଙ୍କୁ ବିବାହ କରିଥିଲେ। ତେବେ, କିଛି ଦିନ ତଳେ ନିଜ ନାମକୁ ଗୋପନୀୟ ରଖି ମହିଳା ଜଣକ ଏହି ଘଟଣା ବିଷୟରେ ରେଡ଼ିଓ ମାଧ୍ୟମରେ ଜଣାଇଥିଲେ ।