ଶରୀରରେ ଥିବା ୯ ଦ୍ୱାରରୁ ମୃତ୍ୟୁ ସମୟରେ କେଉଁ ଅଙ୍ଗରୁ ବାହାରେ ଆତ୍ମା? କେଉଁ ଦ୍ୱାର ହୋଇଥାଏ ଶୁଭ-ଅଶୁଭ
ଗରୁଡ଼ ପୁରାଣ :
ହିନ୍ଦୁ ଧର୍ମର ଏକ ଗୁରୁତ୍ଵପୂର୍ଣ୍ଣ ଶାସ୍ତ୍ର ଅଟେ ଗରୁଡ଼ ପୁରାଣ । ଯେଉଁଥିରେ ମୃତ୍ୟୁ ଓ ମୃତ୍ୟୁ ପରର ଅବସ୍ଥା ବିଷୟରେ ବର୍ଣ୍ଣନା କରାଯାଇଛି । କିପରି ମୃତ୍ୟୁ କର୍ମ ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ । ଜଣେ ବ୍ୟକ୍ତିର କର୍ମ ହିଁ ତାର ମୃତ୍ୟୁର କାରଣ ଅଟେ । ଅର୍ଥାତ୍ କର୍ମ ମୃତ୍ୟୁର ମାଧ୍ୟମ ସ୍ଥିର କରିଥାଏ ଏବଂ ଏହା ପରର ଯନ୍ତ୍ରଣା ମଧ୍ୟ ।
ତେବେ କେବେ ନା କେବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ , ମୃତ୍ୟୁ ସମୟରେ ଶରୀରରୁ ଆତ୍ମା କେଉଁ ବାଟ ଦେଇ ବାହାରକୁ ଯାଇଥାଏ । କାରଣ ମୃତ୍ୟର ଅର୍ଥ ହିଁ ହେଉଛି ଆତ୍ମା ଶରୀରକୁ ତ୍ୟାଗ କରିବା । ତେବେ ଆସନ୍ତୁ ଜାଣିବା ଏ ନେଇ ଗରୁଡ଼ ପୁରାଣରେ କଣ କୁହା ଯାଇଛି ।
ଶରୀରର କେଉଁ ବାଟ ଦେଇ ଜୀବନ ଯାଇଥାଏ ?
ଗରୁଡ଼ ପୁରାଣ ଅନୁଯାୟୀ ଶରୀରରେ ୯ଟି ବାଟ ରହିଛି ଯାହା ମଧ୍ୟ ଦେଇ ଆତ୍ମା ଶରୀରରୁ ବାହାରକୁ ବାହାରିଥାଏ । ସେଗୁଡ଼ିକ ହେଉଛି ଆଖି , କାନ , ନାକ , ପାଟି ଓ ନିର୍ଗତ ଅଙ୍ଗ ତଥା ପରିସ୍ରା ଦ୍ଵାର ଓ ମଳ ଦ୍ଵାର ।
ତେବେ ଜାଣନ୍ତୁ କେଉଁ ବାଟ ଦେଇ ଜୀବନ ଯିବା ଶୁଭ ହୋଇଥାଏ ?
ଆଖି : ଯେଉଁ ବ୍ୟକ୍ତି ମାନଙ୍କର ବଞ୍ଚିବାର ଅଧିକ ଇଛା ଥାଏ ଓ ପରିବାର ସହିତ ନିବିଡତା ଅଧିକ ଥାଏ , ସେମାନଙ୍କର ଆଖି ବାଟ ଦେଇ ଜୀବନ ଯାଇଥାଏ ।
ମଳ ଓ ପରିସ୍ରା ଦ୍ଵାର : ଯେଉଁମାନେ କେବଳ ଟଙ୍କା ରୋଜଗାରକୁ ଗୁରୁତ୍ଵ ଦେଇଥାନ୍ତି ।
ନାକ : ନାକ ବାଟ ଦେଇ ଜୀବନ ଯିବା ଶୁଭ ବୋଲି ମନେ କରା ଯାଇଥାଏ । ଏମାନେ ଖୁବ୍ କର୍ତ୍ତବ୍ୟ ପରାୟଣ ହୋଇଥାଆନ୍ତି ।
ପାଟି : ଯେଉଁମାନେ ଧର୍ମ ପରାୟଣ ବ୍ୟକ୍ତି ସେମାନଙ୍କର ଜୀବନ ପାଟି ବାଟ ଦେଇ ଯାଇଥାଏ ।