ଖେଳୁଖେଳୁ ଗଣେଶ ମୂର୍ତ୍ତି କୁ ଗିଳିଦେଲା ଏହି ଶିଶୁ, ଛାତି ରେ ହେଲା ଭୟଙ୍କର ଯନ୍ତ୍ରଣା, ସଙ୍ଗେ-ସଙ୍ଗେ ହସ୍ପିଟାଲ ନିଆଗଲା ଏବଂ...

 

ଖେଳୁଖେଳୁ ଗଣେଶ ପ୍ରତିମୂର୍ତ୍ତି କୁ ଗିଳିଦେଲା ଏହି ଶିଶୁ, ଛାତି ରେ ହେଲା ଭୟଙ୍କର ଯନ୍ତ୍ରଣା, ସଙ୍ଗେ ସାଙ୍ଗେ ହସ୍ପିଟାଲ ନିଆଗଲା ଏବଂ...କର୍ଣ୍ଣାଟକ ଠାରେ ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବାଳକ ପ୍ରାୟ ପାଞ୍ଚ ସେଣ୍ଟିମିଟର ଲମ୍ବା ଏକ ଗଣେଶ ପ୍ରତିମୂର୍ତ୍ତିକୁ ଗିଲିଦେଇଥିବା ଜଣାପଡିଛି। ଫଳରେ, ପିଲାଟିର ଅଵସ୍ଥା ଗୁରୁତର ହୋଇଯାଇଥିଲେ ହେଁ ଠିକ ସମୟରେ ଚିକିତ୍ସା ମିଳିଯିବାରୁ ସେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି। ଏବେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ତାକୁ ଡାକ୍ତରଖାନାରୁ ଛାଡି ଦିଆଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାଇ ପିଲାଟି ଖେଳୁଥିବା ସମୟରେ କୌତୁହଳବଶତଃ ଗଣେଶ ମୂର୍ତ୍ତିଟିକୁ ଗିଳି ଦେଇଥିଲା। ଏହାର କିଛି ସମୟ ପରେ ତାର ଛାତିରେ ଯନ୍ତ୍ରଣା ହେବା ସହ ସେ କିଛି ବି ଢ଼ୋକିବାକୁ ସକ୍ଷମ ହୋଇପାରିନଥିଲା। ଫଳରେ ଶୁକ୍ରବାର ଦିନ ପୁରୁଣା ବିମାନବନ୍ଦର ରୋଡରେ ଥିବା ମଣିପାଲ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପିଲାଟିର ଏକ୍ସ-ରେ କରାଯାଇଥିଲା ଯେଉଁଥିରେ ତାର ଖାଦ୍ୟ ନଳୀରେ ମୂର୍ତ୍ତିଟି ଫସି ରହିଥିବା ଜାଣିବାକୁ ମିଳିଥିଲା।

ଏହାକୁ ହଟାଇବା ପାଇଁ ଡାକ୍ତରମାନେ ଏକ ଏଣ୍ଡୋସ୍କୋପର ବ୍ୟବହାର କରିଥିଲେ। ତାଙ୍କୁ ଏକ ଘଣ୍ଟା ମଧ୍ୟରେ ଏଣ୍ଡୋସ୍କୋପିକ୍ ପାଇଁ ନିଆଯାଇଥିଲା ଏବଂ ପରେ ମୂର୍ତ୍ତିଟି ତାଙ୍କ ଶରୀରରୁ ସୁରକ୍ଷିତ ଭାବରେ ବାହାର କରି ଦିଆଯାଇଥିଲା। ଏହି ସମୟ ମଧ୍ୟରେ ପିଲାଟି ଚିକିତ୍ସାରେ ଡାକ୍ତରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲା। ଏହା ପରେ ତାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖି ଡିସଚାର୍ଜ କରାଯାଇଥିଲା।