ଦେଖନ୍ତୁ ଭିଡିଓ: ସର୍ଜରୀ ପରେ ସମ୍ପୂର୍ଣ୍ଣ ନାରୀ ହେଲି, ସ୍ବାମୀ, ସିନ୍ଦୂର ଓ ବାପା ପରି ଶ୍ଵଶୁର ସବୁ ପାଇଲି

 

ଟ୍ରାନ୍ସଜେଣ୍ଡରରୁ ଝିଅ , ପୁଣି ଝିଅରୁ ବୋହୂ । ଏବେ ସ୍ୱାମୀ ସହିତ ଖୁସିରେ କାଟୁଛନ୍ତି ଦିନ । ସେଥିରେ ଶଶୁରଙ୍କୁ ଅବଦାନ ବି କିଛି କମ୍ ନ ଥିଲା । ପୁଅର ଏକ ଟ୍ରାନ୍ସଜେଣ୍ଡର ସହିତ ବିଭାଘର ପାଇଁ ଅନୁମତି ନ ଦେଇଥିଲେ ହୁଏ ତ ତାଙ୍କୁ ଆଜି ଏ ଦୁନିଆରେ ଏକ ନୂଆ ପରିଚୟ ମିଳି ନ ଥାନ୍ତା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପ୍ରଶାନ୍ତ ବେହେରାରୁ ସମୀକ୍ଷା ବେହେରାର ଯାତ୍ରା ଏତେ ସହଜ ନ ଥିଲା । କିନ୍ତୁ କୌଣସି ବି ପ୍ରତିକୂଳ ପରିସ୍ଥିତିରେ ହାରିଯାଇ ନାହାନ୍ତି ସେ । ନିଜ ପାଇଁ ଓ ନିଜ ଜାତି ପାଇଁ ଲଢ଼ିଛନ୍ତି । ନିଜ ଅଧିକାର ଓ ସମ୍ମାନ ପାଇଁ ବହୁ କିଛି ହରାଇବାକୁ ପଡ଼ିଥିଲା ତାଙ୍କୁ ।

ସତରେ ବର୍ତ୍ତମାନ ସମୟରେ ସମାଜ ଟ୍ରାନ୍ସଜେଣ୍ଡର ମାନଙ୍କ ସହ ଯେପରି ବ୍ୟବହାର କରେ ଓ ଯେଉଁ ନଜରରେ ଦେଖେ , ସେହିଭଳି ଏକ ସମୟ ଓ ସମାଜରେ ସହଜ ଓ ସରଳରେ ଏକ ଟ୍ରାନ୍ସଜେଣ୍ଡରଙ୍କୁ ନିଜ ପତ୍ନୀ ଭାବେ ସ୍ବୀକାର କରିବା ଏକ ମହାନ କାମ ବୋଲି କହିଲେ କିଛି ଭୁଲ ହେବ ନାହିଁ । 

<a href=https://youtube.com/embed/VufTkwnUMDg?autoplay=1&mute=1><img src=https://img.youtube.com/vi/VufTkwnUMDg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସ୍ଵାମୀଙ୍କ ସହିତ ଦେଖା ହୋଇଥିଲା ଏକ ମ୍ୟାରେଜ ଆପ୍ ରେ । ସେଠାରୁ ବଢିଥିଲା ଭଲ ପାଇବା । ମନ ଇଚ୍ଛା ନୁହେଁ ବରଂ ଘରକୁ ଡକାଇ ନିଜ ବାପା ମାଙ୍କ ସହମତି କ୍ରମେ ତାଙ୍କୁ ବିବାହ କରିଥିଲେ ତାଙ୍କ ସ୍ଵାମୀ ।