ଜୁନ୍ ୧୦ରେ ସୂର୍ଯ୍ୟପରାଗ, ଜାଣନ୍ତୁ ପରାଗ କେଉଁ ସମୟରେ ଆରମ୍ଭ ହୋଇ କେତେବେଳେ ଶେଷ ହେବ ଓ ହାଣ୍ଡିଛାଡ଼ ସମୟ

 

ଗତ ମଇ ମାସ ୨୬ ତାରିଖରେ ଭାରତରେ ହୋଇଥିଲା ପ୍ରଥମ ଚନ୍ଦ୍ର ଗ୍ରହଣ। ତେବେ ଆସନ୍ତା ଜୁନ ମାସ ୧୦ ତାରିଖରେ ଲାଗିବ ପ୍ରଥମ ସୂର୍ଯ୍ୟ ପରାଗ। ଏହି ଦିନ ସୂର୍ଯ୍ୟ ପରାଗ ଦ୍ବିପହର ୧ ବାଜି ୪୨ ମିନିଟରେ ଆରମ୍ଭ ହୋଇ ୬ଟା ବାଜି ୪୧ ମିନିଟରେ ଶେଷ ହେବ ବୋଲି ସୂଚନା ମିଳିଛି। ତେବେ ଏହି ସୂର୍ଯ୍ୟ ପରାଗ ଭାରତକୁ ଆଂଶିକ ଭାବରେ ଦୃଶ୍ୟମାନ ହେବ ଏବଂ ଓଡ଼ିଶାରେ ଏହା ଦେଖିବାକୁ ମିଳିବ ନାହିଁ।

ଯେହେତୁ ଓଡ଼ିଶାକୁ ଏହା ଦୃଶ୍ୟମାନ ହେବ ନାହିଁ ତେଣୁ ଏହିଦିନ ହାଣ୍ଡିଛାଡ଼ ମାନ୍ୟ ହେବ ନାହିଁ। ଏହି ଦିନ ବଟ ସାବିତ୍ରୀ ଏବଂ ଶନି ଜୟନ୍ତୀ ଥିବା ବେଳେ ଏହିଦିନ ସୂର୍ଯ୍ୟ ପରାଗ ଲାଗୁଛି। ତେବେ ଏହା ଭାରତରେ ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ। ଭାରତ ସହିତ ଏହି ସୂର୍ଯ୍ୟପରାଗ ୟୁରୋପ, ଉତ୍ତର ଆମେରିକା, ଏସିଆ ଓ ଆଟଲାଣ୍ଟିକରେ ମଧ୍ୟ ଆଂଶିକ ଭାବରେ ଦୃଶ୍ୟମାନ ହେବ। କିନ୍ତୁ ଉତ୍ତର କାନ୍ନାଡା, ଗ୍ରିନଲ୍ୟାଣ୍ଡ ଓ ଋଷରେ ଏହା ସମ୍ପୂର୍ଣ୍ଣ ଭାବେ ଦେଖିବାକୁ ମିଳିବ।

ଗ୍ରୀନଲ୍ୟାଣ୍ଡରେ ଏହି ସୂର୍ଯ୍ୟପରାଗ ସବୁଠାରୁ ଭଲ ଦୃଶ୍ୟମାନ ହେବ ଏଠାରେ ଏହା "ରିଙ୍ଗ ଅଫ ଫାୟାର" ପରି ଦୃଶ୍ୟମାନ ହେବ। ସେହିପରି ଭାରତରେ କେବଳ ଲଦାଖ ଓ ଅରୁଣାଞ୍ଚଳ ପ୍ରଦେଶର କିଛି ସ୍ଥାନରେ ଏହା ଦୃଶ୍ୟମାନ ହେବ।