ସାହାରା ଇଣ୍ଡିଆରେ ନିବେଶକଙ୍କ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ, ଜାଣନ୍ତୁ ପୁରା ଖବର
ସାହାରା ଇଣ୍ଡିଆରେ ନିବେଶ କରିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବଡ ଘୋଷଣା । ସାହାରା ଇଣ୍ଡିଆରେ ନିବେଶ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବିସ୍ତୃତ ଭାବେ କରିଛନ୍ତି ବଡ଼ ଘୋଷଣା ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ତାଙ୍କ କହିବା ଅନୁସାରେ, ସାହାରା ଇଣ୍ଡିଆ ରିଅଲ ଇଷ୍ଟେଟ କର୍ପୋରେସନ ଲିମିଟେଡ଼ , ସାହାରା ହାଉସିଂ ଏବଂ ସାହାରା ଇଣ୍ଡିଆ କର୍ପୋରେସନରେ ନିବେଶ କରିଥିବା ବ୍ୟକ୍ତି ବିଶେଷଙ୍କ ଆନୁମାନିକ ସଂଖ୍ୟା ରହିଛି ୩.୭ କୋଟି ।
ଏହି ମାମଲା ସୁପ୍ରିମକୋର୍ଟ ଦ୍ଵାରା ଯାଞ୍ଚ କରା ଯାଇଥିଲା । ବିଚାରପତି କମିଟି ଏନେଇ ନେଇଥିବା ନିଷ୍ପତ୍ତିକୁ ସରକାର ମଧ୍ୟ ପାଳନ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କହିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏନେଇ ଆହୁରି ମଧ୍ୟ କହିଛନ୍ତି କି , ଯେଉଁ ମାନଙ୍କର କାଗଜପତ୍ର ଅଛି ସେମାନଙ୍କର ଦାବି ଯଥାଶୀଘ୍ର ପୂରଣ ହେବ । ଆମେ ପୂର୍ବରୁ ତିନି ଥର ମଧ୍ୟ ସାହାରା ଇଣ୍ଡିଆରେ ନିବେଶ କରିଥିବା ଜନ ସାଧାରଣ ମାନଙ୍କୁ ଆବେଦନ କରିବା ପାଇଁ କହିଛୁ ।
ତେଣୁ ବର୍ତ୍ତମାନ ମଧ୍ୟ କହୁଛୁ କି ଯେଉଁ ମାନେ ପୂର୍ବରୁ ଏଥିରେ ଟଙ୍କା ବିନିଯୋଗ କରିଥିଲେ ବର୍ତ୍ତମାନ ସେମାନେ ନିଜ ନିଜର କାଗଜ ତଥା ପ୍ରମାଣ ପତ୍ର ଦେଖାଇ ଟଙ୍କା ନେଇ ଯାଆନ୍ତୁ ।