ଟ୍ୟୁସନ୍ ପଢାରୁ ପ୍ରେମ, ନବମ ଶ୍ରେଣୀ ଛାତ୍ର ସହ ଫେରାର୍ ହେଇଗଲେ ଶିକ୍ଷୟିତ୍ରୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 

ଆମ ଦେଶରେ ବାପା ମାଆଙ୍କ ପରେ ଗୁରୁଙ୍କୁ ଜୀବନ୍ତ ଭଗବାନଙ୍କ ଆଖ୍ୟା ଦିଆଯାଇଛି। ଗୁରୁଙ୍କୁ ଭଗବାନଙ୍କ ରୂପରେ ଆମ୍ଭେ ପୂଜା କରୁଥିବା ବେଳେ ହରିୟାଣାର ପାନିପତରେ ଏଭଳି ଏକ ଘଟଣା ଘଟିଛି ଯାହା ଗୁରୁ-ଶିଷାର ପବିତ୍ର ସମ୍ପର୍କକୁ ଲାଜ୍ଜିତ କରିଦେଇଛି।

ଏଠାରେ ହୋଇଥିବା ଏକ ଅଭିଯୋଗ ମୁତାବକ ଜଣେ ମହିଳା ଶିକ୍ଷୟତ୍ରୀ ନିଜର ୧୪ ବର୍ଷର ଛାତ୍ର ସହିତ ଘରୁ ଫେରାର ହୋଇ ଯାଇଛନ୍ତି। ପୁରା ଖବର ଅନୁସାରେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଏହି ଶିକ୍ଷୟତ୍ରୀ ଜଣକ ନିଜ ସ୍ଵାମୀଙ୍କୁ ଛାଡପତ୍ର ଦେଇ ନିଜ ବାପ ଘରେ ରହିଆସୁଥିଲେ। 

ଏହି ମାମଲା ପାନିପତ ଦେଶରାଜ କଲୋନୀରେ ଘଟିଥିଲା। ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ଛାତ୍ରଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେମାନଙ୍କ ପୁଅ ମେ ୨୯ ତାରିଖରେ ପୂର୍ବପରି ପାଠ ପଢ଼ିବା ପାଇଁ ଉକ୍ତ ଶିକ୍ଷୟତ୍ରୀଙ୍କ ଘରକୁ ଯାଇଥିଲେ ମଧ୍ୟ ସେ ସେଦିନ ଘରକୁ ଫେରିନଥିଲେ। ଶିକ୍ଷୟତ୍ରୀଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କ ଝିଅ ମଧ୍ୟ ନିଖୋଜ ହୋଇଯାଇଥିବା ସୂଚନା ମିଳିଥିଲା।

ପୋଲିସ କହିଛି ଯେ ଉଭୟ ମହିଳା ଶିକ୍ଷକ ଏବଂ ଛାତ୍ରଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି। ଛାତ୍ରଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଶିକ୍ଷୟତ୍ରୀଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରି ପୋଲିସ ଉଭୟଙ୍କୁ ଖୋଜୁଛି। ତେବେ ମିଳିଥିବା ସୂଚନା ଅନୁସାରେ ଫେରାର ଛାତ୍ର ଜଣକ ନବମ ଶ୍ରେଣୀରେ ପଢ଼ନ୍ତି ଏବଂ ଅଭିଯୁକ୍ତ ମହିଳା ତାଙ୍କର ଶ୍ରେଣୀର ଶିକ୍ଷୟତ୍ରୀ ଥିଲେ। 

ଏହି ନାବାଳକ ଗତ ଦୁଇ ବର୍ଷ ଧରି ତାଙ୍କ ପାଖରେ ଟ୍ୟୁସନ ହେଉଥିଲେ। ଏପରିକି ଲକଡାଉନରେ ଛାତ୍ର ଜଣକ ପ୍ରତିଦିନ ଚାରି-ଚାରି ଘଣ୍ଟା ଟ୍ୟୁସନ ପାଇଁ ତାଙ୍କ ଘରକୁ ଯାଉଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।