ଦେଖନ୍ତୁ ଭିଡ଼ିଓ: ବାପାର କାର୍ ଚକା ତଳେ ଚାଲିଯାଉଛି ୪ ବର୍ଷ କଅଁଳ ପୁଅର ଜୀବନ, ଦେଖନ୍ତୁ ଲୋମ ଟାଙ୍କୁରା ଦୃଶ୍ୟ

 

ବିଧିର ବିଧାନ ବଡ଼ ଅଜବ, ପିଲାର ସୁରକ୍ଷା କବଚ କୁହାଯାଉଥିବା ବାପ ହାତରେ ଚାଲିଗଲା କୋମଳମତି ଶିଶୁର ଜୀବନ। ଭୁଲବଶତଃ ବାପାଙ୍କର କାର ତଳେ ଚାପି ହୋଇ ଚାଲିଗଲା ୪ ବର୍ଷ ବୟସ ପୁଅର ଜୀବନ। ତେବେ, ଏହି ହୃଦୟ ବିଦାରକ ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ଼ ହୋଇଥିବା ବେଳେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହାଇଦ୍ରାବାଦର ଏଲବି ନଗରରେ ଏହି ଦୁର୍ଘଟଣା ଘଟଣା ଘଟିଥିବା ଜଣାଯାଇଛି। ଭାଇରାଲ ହେଉଥିବା ଭିଡ଼ିଓରେ ଲକ୍ଷ୍ମଣ ନାମକ ବ୍ୟକ୍ତି ଆପାର୍ଟମେଣ୍ଟ ବାହାରେ ଥିବା ଏସୟୁଭି କାର ଷ୍ଟାର୍ଟ କରିଥିଲେ। ତେବେ, ଅଜାଣତରେ ତାଙ୍କ ଚାରି ବର୍ଷର ପୁଅ ସାତ୍ଵିକ୍ କାର ଆଗକୁ ଚାଲି ଆସିଥିଲା। ଲକ୍ଷ୍ମଣ ପୁଅ ଆସିଥିବା କଥା ଜାଣି ପାରିନଥିଲେ ଏବଂ ତା ଉପରେ ଗାଡ଼ି ଚଢାଇ ଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-

କିଛି କ୍ଷଣ ପରେ ଲକ୍ଷ୍ମଣ ଘଟଣା ବିଷୟରେ ଜାଣିପାରି ପୁଅକୁ ଉଦ୍ଧାର କରି ଆପାର୍ଟମେଣ୍ଟ ଭିତରକୁ ନେଇଯାଇଥିଲେ। ଏହାପରେ ସାତ୍ଵିକକୁ ଡାକ୍ତରଖାନା ନିଆ ଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ପୋଲିସ ଘଟଣାର ଛାନ୍-ବିନ୍ ଆରମ୍ଭ କରିଛି।