ଚିନ୍ତାରେ ବାଡୁଅ ପୁଅ, ବାହା ହେବା ପାଇଁ ମିଳୁନି ଝିଅ ଏବେ ପଦଯାତ୍ରାରେ ବାହାରିବେ ଯୁବକ, ଜାଣନ୍ତୁ ପୁରା ଖବର

 

କୃଷଙ୍କୁ ବର୍ତ୍ତମାନ ବାହା ହେବା ପାଇଁ ମିଳୁ ନାହାନ୍ତି କନ୍ୟା , ଜୟ ଯବାନ୍ ଜୟ କିଶାନ ନାରା ଦେଉଥିବା ଦେଶରେ । ଲୋକେ ଖାତିର କରୁ ନାହାନ୍ତି କୃଷକ ଶ୍ରେଣୀକୁ । ନିଜ ଝିଅକୁ ବାହା ଦେବା ପାଇଁ ଚାହୁଁ ନାହାନ୍ତି କୃଷକ ଘରେ । ସମସ୍ତେ ଧାଉଁଛନ୍ତି ସରକାରୀ ଚାକିରିଆଙ୍କ ପଛରେ ।

ଆଜ୍ଞା ହଁ , ଏପରି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଯେଉଁଥି ପାଇଁ କର୍ଣ୍ଣାଟକର ଅବିବାହିତ କୃଷକ ମାନେ ମାଣ୍ଡୟା ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିବେ ବୋଲି ସୂଚନା ମିଳିଛି । ପ୍ରାୟ କିଛି ବର୍ଷ ଧରି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି କର୍ଣ୍ଣାଟକରେ ।

ସୂଚନା ଅନୁସାରେ ସେଠାରେ କୃଷକ ଶ୍ରେଣୀର ଲୋକ ମାନଙ୍କୁ ନିଜ ଝିଅ ଦେବା ପାଇଁ ପସନ୍ଦ କରୁ ନାହାନ୍ତି ଲୋକେ । ଯେଉଁଥି ପାଇଁ କୃଷକ ମାନଙ୍କୁ ଅବିବାହିତ ରହିବାକୁ ପଡ଼ୁଛି ।

ସନ୍ତୋଷ ନାମକ ଜଣେ କୃଷକ କହିଛନ୍ତି ତାଙ୍କ ବୟସ ୩୦ ବର୍ଷ ହେଲେ ଏ ଯାଏଁ ତାଙ୍କୁ କନ୍ୟା ପାତ୍ର ଟିଏ ମିଳିଲା ନାହିଁ । ସେମାନେ କୌଣସି ଯୌତୁକ ଦାବୀ କରୁ ନାହାନ୍ତି । ଆୟ ମଧ୍ୟ ତାଙ୍କର ଖୁବ୍ ଭଲ ଅଟେ । ସବୁ ପରେ ମଧ୍ୟ ଝିଅ ଦେବା ପାଇଁ କେହି ରାଜି ନାହାନ୍ତି ।

ଏ ନେଇ ସେମାନେ ଏକ ସଚେତନ ପଦଯାତ୍ରା  ଆରମ୍ଭ କରିବେ । ସେମାନେ ଏ ନେଇ ଦେବୀ ମାତାଙ୍କ ମନ୍ଦିରକୁ ଯିବେ । ଦେବୀଙ୍କୁ ନିଜ ବିବାହ ନିମନ୍ତେ ପ୍ରାର୍ଥନା କରିବେ । ଏବେ ଏପରି ସମସ୍ୟା କେବଳ କର୍ଣ୍ଣାଟକରେ ନୁହେଁ ବରଂ ମହାରାଷ୍ଟ୍ର , ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ରେ ମଧ୍ୟ ଦେଖିବାକୁ ମିଳିଛି ।