ଦେଖନ୍ତୁ ଭିଡ଼ିଓ: ଶାଢ଼ୀ ପିନ୍ଧି ଫୋଟୋ ପୋଷ୍ଟ କରିଲେ ଦୂତି ଚାନ୍ଦ, ମାତ୍ର ଲୋକେ କଲେ ଟ୍ରୋଲ

 

ଓଡ଼ିଶାର ଷ୍ଟାର ମହିଳା ଧାବିକା ଭାବରେ ବେସ୍ ଚର୍ଚ୍ଚିତ ଦୂତି ଚାନ୍ଦ। ଟ୍ରାକ୍ ଆଣ୍ଡ ଫିଲ୍ଡରେ ଉଚ୍ଚକୋଟିର ପ୍ରଦର୍ଶନ କରି ସେ କାହିଁ କେତେ ସୁନାମ ଅର୍ଜନ କରିଛନ୍ତି। ତେବେ, ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେସ୍ ଚର୍ଚ୍ଚାରେ ରହି ଆସିଛନ୍ତି ଏହି ଷ୍ଟାର ଧାବିକା। ୧୯୯୬ ମସିହାରେ ଯାଜପୁର ଜିଲ୍ଲାର ଗୋପାଳପୁରରେ ଥିବା ଏକ ବୁଣାକାର ପରିବାରରୁ ତାଙ୍କର ଜନ୍ମ।

ବାପା,ମା,ଦୁଇ ଭଉଣୀ ଓ ଜଣେ ଭାଇଙ୍କୁ ନେଇ ତାଙ୍କ ପରିବାର। ବଡ଼ ଭଉଣୀ ସରସ୍ଵତୀ ଚାନ୍ଦ ମଧ୍ୟ ଜଣେ ଆଥଲିଟ୍ ହୋଇଥିବା ବେଳେ ସେ ହିଁ ଦୂତିଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି। ନିଜର କଠିନ ପରିଶ୍ରମ ବଳରେ ଦୂତି ଆଜି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ଏବଂ ଦେଶ ପାଇଁ ଅନେକ ପଦକ ହାସଲ କରିପାରିଛନ୍ତି।

ତେବେ, ବିଗତ କିଛି ସମୟ ହେବ ଦୂତି ନିଜର ପ୍ରଫେସନାଲ ଲାଇଫ ଠାରୁ ଅଧିକ ପର୍ସନାଲ ଲାଇଫ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ଡୋପ୍ ଟେଷ୍ଟରେ ଧରାପଡିବା ଠାରୁ ଆରମ୍ଭ କରି ନିଜ ବାନ୍ଧବୀଙ୍କ ସହିତ ସମଲିଙ୍ଗୀ ସମ୍ପର୍କ ଏବଂ ବିବାହକୁ ନେଇ ତାଙ୍କୁ ବେସ୍ ସମାଲୋଚନାର ଶିକାର ହେବାକୁ ପଡିଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଫୋଟୋ ଖୁବ ଭାଇରାଲ ହେଉଛି। ସେ ଏକ ହଳଦିଆ ଶାଢ଼ୀ ପିନ୍ଧିଥିବା ବେଳେ ବେସ୍ ସୁନ୍ଦର ଦେଖା ଯାଉଛନ୍ତି। ତାଙ୍କର ଏହି ମକେଓଭର୍ ଲୁକକୁ ସୋସିଆଲ ମିଡିଆରେ ସମସ୍ତେ ବହୁତ୍ ପସନ୍ଦ କରୁଛନ୍ତି। ଦୁତୀ ଏହି ଫଟୋରେ ହିରୋଇନ୍ ଭଳି ଦେଖା ଯାଉଛନ୍ତି। ଏହି ଫଟୋକୁ ଏବେ ସୋସିଆଲ ମିଡିଆରେ ଅଧିକ ରୁ ଅଧିକ ସେୟାର କରାଯାଉଛି। ଏହା ବ୍ୟତୀତ ଏହି ଫୋଟୋ ପାଇଁ ତାଙ୍କୁ ଜବରଦସ୍ତ ଟ୍ରୋଲ ମଧ୍ୟ କରାଯାଉଛି। 

ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଦୂତୀଙ୍କର ଏହି ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏଠାରେ କହି ରଖୁଛୁ ଯେ ଦୂତୀଙ୍କର ଏହି ଫଟୋଟି ପ୍ରକୃତ ଫଟୋ ନୁହେଁ। AI ଦ୍ୱାରା ଏଡିଟ୍ କରାଯାଇଥିବା ଏହା ଏକ ଡିପ୍-ଫେକ୍ ଫଟୋ ଅଟେ।

<a href=https://youtube.com/embed/czr5xMHU28A?autoplay=1&mute=1><img src=https://img.youtube.com/vi/czr5xMHU28A/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏମିତି ଅନେକ ହିରୋଇନ୍ ମାନଙ୍କର ଫେକ୍ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି। ଟଲିଉଡ଼ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ ଏହି ଡି-ଫେକ ଏଡ଼ିଟର ଶିକାର ହୋଇଛନ୍ତି। ଦୂତୀ ସୋସିଆଲ ମିଡିଆ ଆକାଆଉଣ୍ଟ ରେ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି “ନୋ କମେଣ୍ଟସ”। ତାଙ୍କର ଏହି ପୋଷ୍ଟ ପାଇଁ ଲୋକେ ଖୁବ୍ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ:- ସାଉଥ୍ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ, ଟି୨୦, ODI ଦଳ ଘୋଷଣା, ଦଳରୁ ବାହାରିଲେ ଏହି ୨ ବଡ଼ ଖେଳାଳି