ଏହି କାରଣରୁ ରତନ ଟାଟା ହେଲେ ଦୁଃଖିତ, କହିଲେ ‘ମୋ ନାମରେ ଗୁଜବ ପ୍ରଚାର କରନ୍ତୁ ନାହିଁ, ଏହା ମୋତେ ଆଘାତ ଦେଉଛି’

 

କିଛି ସମୟ ଧରି ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି । ଏହି ଖବରରେ ଦାବି କରାଯାଇଛି ଯେ ଭାରତୀୟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଆଫଗାନିସ୍ତାନ କ୍ରିକେଟର ରସିଦ ଖାନଙ୍କୁ ଉପହାର ଦେବେ । ସେ କ୍ରିକେଟରଙ୍କୁ ଉପହାର ସ୍ୱରୂପ 10 କୋଟି ଟଙ୍କା ଦେବେ । ଏହି ଖବର ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଯେତେବେଳେ ଏହି ଖବର ରତନ ଟାଟାଙ୍କ ପାଖରେ ପହଞ୍ଚିଲା ସେତେବେଳେ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ କ୍ରିକେଟ୍ ସହିତ ମୋର କୌଣସି ସମ୍ପର୍କ ନାହିଁ ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ।

ମୋର ଆପଣମାନଙ୍କୁ ଅନୁରୋଧ ଯେପର୍ଯ୍ୟନ୍ତ ମୋ ଅଫିସିଆଲ୍ ଆକାଉଣ୍ଟରୁ କୌଣସି ପୋଷ୍ଟ ସେୟାର ହୋଇ ନାହିଁ, ସେପର୍ଯ୍ୟନ୍ତ କୌଣସି ପୋଷ୍ଟକୁ ବିଶ୍ବାସ କରି ସେୟାର କରନ୍ତୁ ନାହିଁ ।

ମୁଁ କୌଣସି କ୍ରିକେଟରଙ୍କୁ କୌଣସି ଉପହାର କିମ୍ବା ଜରିମାନା ଦେବାର ଘୋଷଣା କେ‌ବେ ହେଲେ କରି ନାହିଁ । କିନ୍ତୁ ମୋ ନାମକୁ ଏହିପରି ବଦନାମ କରାଯାଉଥିବା ଖବର ମୋତେ ଦୁଃଖ ଦେଉଛି ।'