ବରବାଦ କରିଦେବ ବାସି ଚକଟା ଅଟା, କରନ୍ତୁ ନାହିଁ ଏହି ଭୁଲ୍‌ ନହେଲେ ପସ୍ତେଇବେ, ଜାଣନ୍ତୁ ପୂରା ଖବର

 

ସମୟ ବଞ୍ଚାଇବା ପାଇଁ ପ୍ରାୟତଃ ଆମେ ଅଟା ଚକଟି ଫ୍ରିଜରେ ରଖିଦେଇଥାଉ। ପୁଣି ରୁଟି କରିବା ସମୟରେ ଆମେ ଏହାର ବ୍ୟବହାର କରିଥାଉ। କିନ୍ତୁ, କଣ ଆପଣ ଜାଣନ୍ତି କି ଏପରି କରିବା କେତେ ବିପଦଜନକ ହୋଇପାରେ। ଆଜ୍ଞା ହଁ, ଏପରି କରିବା ଆପଣଙ୍କ ଜୀବନକୁ ନଷ୍ଟ କରି ଦେଇପାରେ। ବାସି ଅଟା ଚକଟାରେ ତିଆରି ହୋଇଥିବା ରୁଟି ଖାଇଲେ ଆପଣଙ୍କ ଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।

କେବଳ ଯେ ସେତିକି ତାହା ନୁହେଁ ବରଂ ବାସ୍ତୁ ଶାସ୍ତ୍ର ଅନୁଯାଇ ମଧ୍ୟ ଏହା ଉପଯୁକ୍ତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାଇ ରୋଷେଇ ଘର ଏବଂ ଭୋଜନ ପ୍ରସ୍ତୁତି ଲାଗି ବିଭିନ୍ନ ପ୍ରକ୍ରିୟା ଏବଂ ନିୟମ ଲାଗୁ କରାଯାଇଛି। ଏହି ସବୁ ନିୟମ ପାଳନ ନ କରିଲେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଅଟା ଚକଟି ଅଟା ଗୁଳା ପ୍ରସ୍ତୁତ କରିବା ପରେ ଏହା ଉପରେ ନିଜ ଆଙ୍ଗୁଠିର ଚିହ୍ନ କରିବା ଉଚିତ। ଏପରି ନ କରିଲେ ପିତୃଦୋଷ ସୃଷ୍ଟି ହୋଇଥାଏ।

ସେହିପରି ଭାବରେ ଅଟା ଚକଟିବା ପରେ ଯଦି କିଛି ପାଣି ବଳି ଯାଉଛି ତେବେ ଏହାକୁ ଏଣେ ତେଣେ ଫିଙ୍ଗିବା ପରିବର୍ତ୍ତେ କୌଣସି ଗଛ ମୂଳରେ ଢାଳି ଦିଅନ୍ତୁ। ଅଥବା ଅନ୍ୟ କୌଣସି ଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରନ୍ତୁ। ଅଟା ଚକଟିବା ପରେ ସେହି ଗୁଳାକୁ ତୁରନ୍ତ ରୁଟି ତିଆରି କରନ୍ତୁ। ଗୁଳାକୁ ଅଧିକ ସମୟ ବାହାରେ ରଖିଲେ ବାସ୍ତୁ ଦୋଷ ସୃଷ୍ଟି ହୋଇପାରେ। ଅଟା ଚକଟାକୁ ଫ୍ରିଜ୍ ଭିତରେ ରଖିଲେ ଏଥିରେ ବିଭିନ୍ନ ପ୍ରକାରର ଜୀବାଣୁ ସୃଷ୍ଟି ହୋଇପାରନ୍ତି। ତେଣୁ, ଯେତେ ସମ୍ଭବ ଏପରି କରିବା ଠାରୁ ନିବୃତ ରୁହନ୍ତୁ।