କଣ ଆପଣ ଜାଣନ୍ତି କି କାହିଁକି କୁକୁର ମାନେ ସମସ୍ତଙ୍କ ସାମ୍ନାରେ ସମ୍ଭୋଗ କରନ୍ତି ?

 

କଣ ଆପଣ ଜାଣନ୍ତି କି କାହିଁକି କୁକୁରମାନେ ସମସ୍ତଙ୍କ ସାମ୍ନାରେ ସମ୍ଭୋଗ କରନ୍ତି ବୋଲି ? ହୁଏ ତ ଆପଣ ଭାବୁଥାଇ ପାରନ୍ତି କି ଏମାନେ ପଶୁ ଅଟନ୍ତି , ଯେଉଁଥି ପାଇଁ ଏମାନେ ହୁଏ ତ ଏପରି କରନ୍ତି । କିନ୍ତୁ ନା । କୁକୁର ମାନଙ୍କର ଏପରି ସମସ୍ତଙ୍କ ସାମ୍ନାରେ ସମ୍ଭୋଗ କରିବା ପୁରାଣରେ ବର୍ଣ୍ଣିତ ଅଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପୁରାଣ ଅନୁସାରେ ଦ୍ରୌପଦୀଙ୍କ ଅଭିଶାପ ପାଇଁ କୁକୁର ମାନେ ସମସ୍ତଙ୍କ ସାମ୍ନାରେ ସମ୍ଭୋଗ କରିଥାନ୍ତି । ତେବେ ପୁରାଣର କଥା ଅନୁସାରେ , ଆପଣ ଦ୍ରୌପଦୀ ଏବଂ ପାଣ୍ଡବଙ୍କ କଥା ତ ନିଶ୍ଚୟ ଜାଣିଥିବେ । ବିସ୍ତାରରେ ଜାଣନ୍ତୁ......

ଏକଦା ଅର୍ଜୁନ ମାଛର ଆଖିକୁ ତୀର ମାରି ଦ୍ରୌପଦୀଙ୍କୁ ଜିତିଥିଲେ । ତା ପରେ ଦୁହିଁଙ୍କର ବିବାହ ହୋଇଥିଲା । କିନ୍ତୁ ଯେତେବେଳେ ସେମାନେ ଘରକୁ ଆସିଲେ ମାତା କୁନ୍ତିଙ୍କୁ ଦ୍ରୌପଦୀଙ୍କୁ ଦେଖିବା ପାଇଁ କହିଲେ , କୁନ୍ତୀ ନ ଦେଖି ସମସ୍ତଙ୍କ ମଧ୍ୟରେ ତାଙ୍କୁ ବାଣ୍ଟି ଦେବାକୁ କହିଥିଲେ ।

ଯାହା ପରେ ସେପରି ମଧ୍ୟ ହୋଇଥିଲା । ଦ୍ରୌପଦୀଙ୍କୁ ୫ ଭାଇଙ୍କୁ ବିବାହ କରିବାକୁ ପଡ଼ିଥିଲା । କିନ୍ତୁ ସର୍ତ୍ତ ଥିଲା ଦ୍ରୌପଦୀ ସମସ୍ତ ଭାଇଙ୍କ ସହ ବର୍ଷେ ଲେଖାଏଁ ରହିବେ । ଆଉ ଏହି ସମୟରେ ଯଦି ଆଉ କୌଣସି ଭାଇଙ୍କର ଦ୍ରୌପଦୀଙ୍କ ପାଖରେ କିଛି କାମ ପଡେ ତେବେ ସେ ଦ୍ରୌପଦୀଙ୍କ କୋଠରୀକୁ ଯାଇ ପାରିବେ ।

କିନ୍ତୁ ଯେହେତୁ ସେ ଅନ୍ୟ ଭାଇଙ୍କ ସହ ଥିବେ ତେଣୁ ଆଉ କୌଣସି ଭାଇ ଯିବା ପୂର୍ବରୁ କୋଠରୀ ବାହାରେ କଠାଉ ଦେଖି ଯିବେ । ଯଦି କଠାଉ ଥିବ ତେବେ ସେ ଯିବେ ନାହିଁ । କିନ୍ତୁ ଥରେ ଯେତେବେଳେ ଥରେ ଦ୍ରୌପଦୀ ଯୁଦ୍ଧିଷ୍ଠୀରଙ୍କ ସହ କୋଠରୀରେ ଥିଲେ ଅର୍ଜୁନ ସେହି ସମୟରେ କୋଠରୀ ଭିତରକୁ ପଶି ଯାଇଥିଲେ ।

ଆଉ ଏହି ସମୟରେ ଦ୍ରୌପଦୀ ଯୁଦ୍ଧିଷ୍ଠୀରଙ୍କ ସହ ସମ୍ଭୋଗ କରୁ ଥିବାରୁ ସେ ବହୁତ ଲଜ୍ଜିତ ହୋଇଥିଲେ । ଏବଂ ଅର୍ଜୁନଙ୍କୁ କଠାଉ ଦେଖି କିପରି ଆସିଲେ ବୋଲି ପଚାରିଥିଲେ । କିନ୍ତୁ ବାହାରେ କୌଣସି କଠାଉ ନାହିଁ ବୋଲି ଅର୍ଜୁନ ଉତ୍ତର ଦେଇଥିଲେ ।

ଏହା ଶୁଣି ଦ୍ରୌପଦୀ ବାହାରକୁ ଆସି ଦେଖନ୍ତି ତ ଏକ କୁକୁର ତାଙ୍କ କଠଉ ନେଇ ଯାଇଛି । ଯାହା ପରେ ସେ ଅତ୍ୟନ୍ତ ରାଗି ଯାଇଥିଲେ ।ଏବଂ କ୍ରୋଧରେ ସେ କୁକୁରକୁ ଏପରି ଅଭିଶାପ ଦେଇଥିଲେ ବୋଲି ପୁରାଣରେ ବର୍ଣ୍ଣନା କରା ଯାଇଛି ।