କେଉଁ ରାଜ୍ୟର ଲୋକେ କରୁଛନ୍ତି ସବୁଠାରୁ ଅଧିକ ଓ କମ୍ ଖର୍ଚ୍ଚ? ଜାଣନ୍ତୁ ଓଡ଼ିଶାରେ ପ୍ରତି ବ୍ୟକ୍ତି ମାସିକ ଖର୍ଚ୍ଚ କେତେ

 

ବଢୁଛି ଲୋକଙ୍କ ଆବଶ୍ୟକତା। ବଢୁଛି ଲୋକଙ୍କ ଖର୍ଚ୍ଚ। ଭାରତୀୟ ପରିବାର ପରିସଂଖ୍ୟାନ ମନ୍ତ୍ରାଳୟ ଏନେଇ ଜାରିକରିଛି ସର୍ଭେ ରିପୋର୍ଟ। ତେବେ ଜାଣନ୍ତୁ କେଉଁମାନେ କରୁଛନ୍ତି ଅଧିକ ଖର୍ଚ୍ଚ। ସହରାଞ୍ଚଳ ଲୋକେ ନା ଗ୍ରାମାଞ୍ଚଳ ଲୋକେ। କେବଳ ସେତିକି ନୁହେଁ ଜାଣନ୍ତୁ ଭାରତର କେଉଁ ରାଜ୍ୟ ର ଲୋକେ ସର୍ବାଧିକ ନିଜ ଜୀବନଯାପନ ସଇଳି ରେ ମାସକୁ ଖର୍ଚ୍ଚ କରୁଛନ୍ତି ଓ କେଉଁ ରାଜ୍ୟର ଲୋକେ ସର୍ବନିମ୍ନ। ଏହା ସହିତ ଖର୍ଚ୍ଚ କରିବା ସ୍ଥାନରେ ଓଡ଼ିଶାର ସ୍ଥାନ କେଉଁଠି ଅଛି।

ତେବେ ଖର୍ଚ୍ଚ କରିବା ନେଇ ଓଡ଼ିଶାର ସ୍ଥାନ ୨୦ ରେ ରହିଛି। ଆମ ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରତି ବ୍ୟକ୍ତି ର ମାସିକ ଖର୍ଚ୍ଚ ୨୯୫୦ ରହିଥିବା ବେଳେ ସହରଞ୍ଚରେ ମାସିକ ଖର୍ଚ୍ଚ ୫୧୮୭ ଟଙ୍କା ରହିଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ କରା ଯାଇଥିବା ସର୍ଭେ ଅନୁସାରେ ଭାରତୀୟ ଲୋକ ମାନେ ଅନ୍ୟ ଦେଶ ତୁଳନାରେ ଅଧିକ ଟଙ୍କା ଖାଦ୍ୟରେ ନୁହେଁ ବରଂ ବ୍ୟବହାରିକ ଜିନିଷରେ ଖର୍ଚ୍ଚ କରୁଛନ୍ତି। ଯାହା କ୍ରମାଗତ ଭାବେ ବଢି ଚାଲିଛି।

 

WhatsApp Channel (Join Now) Join Now

Follow our WhatsApp channel and get all the Latest news

ତେବେ ଜାଣନ୍ତୁ ଭାରତରେ କେଉଁ ରାଜ୍ୟ ର ଲୋକ ମାନେ ସର୍ବାଧିକ ଖର୍ଚ୍ଚ କରୁଛନ୍ତି ଓ କେଉଁ ମାନେ ସର୍ବ ନିମ୍ନ ? 

ସର୍ଭେ ର ରିପୋର୍ଟ ଅନୁସାରେ ସିକିମ୍ ରାଜ୍ୟର  ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକ ମାନେ ଅଧିକ ଖର୍ଚ୍ଚ କରନ୍ତି। ଏଠାରେ ଜଣେ ଗ୍ରାମବାସୀ ପ୍ରତି ମାସରେ ୭୭୩୧ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସହର ଲୋକେ ମାସିକ ୧୨୧୦୫ ଖର୍ଚ୍ଚ କରିଥାନ୍ତି।

ଏବଂ ରାଜ୍ୟ ମାନଙ୍କ ଲିଷ୍ଟ ରେ ଛତିଶଗଡ଼ ର ଲୋକ ମାନେ ସର୍ବନିମ୍ନ ଖର୍ଚ୍ଚ କରିଛନ୍ତି। ଛତିଶଗଡ଼ରେ ଗ୍ରାମବାସୀ ମାସିକ ୨୪୬୬ ତାଙ୍କ ଖର୍ଚ୍ଚ କରୁଥିବା ବେଳେ ସହର ଲୋକେ ମାସିକ ୪୪୮୩ ଟଙ୍କା ଖର୍ଚ୍ଚ କରୁଛନ୍ତି।

ତେବେ ରିପୋର୍ଟ ରୁ ଏହା ମଧ୍ୟ ଜଣାପଡିଛି ଯେ ସହରଞ୍ଚ ଅପେକ୍ଷା ଗ୍ରାମାଞ୍ଚଳ ଲୋକମାନଙ୍କ ଖର୍ଚ୍ଚ ଅଧିକ ବଡିଛି। ୨୦୨୨ ରୁ ୨୦୨୩ ମଧ୍ୟରେ ଗ୍ରାମାଞ୍ଚଳ ଲୋକଙ୍କ ଖର୍ଚ୍ଚ ୩୭୭୩ କୁ ବୃଦ୍ଧି ପାଇଛି । ସେହି ପରି ସହରାଞ୍ଚଳରେ ବ୍ୟକ୍ତି ଙ୍କ ବ୍ୟୟ ୬୪୫୯ କୁ ବୃଦ୍ଧି ପାଇଛି। ପାଖାପାଖି ୧୧ ବର୍ଷ ପରେ ଏହି ରିପୋର୍ଟ ପ୍ରକାଶ ପାଇଛି।