ବୋହୂ ଭାବେ ଆପଣଙ୍କର କେତେ ଅଧିକାର ରହିଛି ନିଜ ଶାଶୁ ଘର ସମ୍ପତ୍ତି ଉପରେ! ଜାଣନ୍ତୁ ପୁରା ଖବର

 

କଣ ଆପଣ ଜାଣନ୍ତି କି ଜଣେ ମହିଳାଙ୍କର ନିଜ ଶାଶୁ ଓ  ଶଶୁରଙ୍କ ସମ୍ପତ୍ତି ଉପରେ କେତେ ଅଧିକାର ରହିଥାଏ । ଅଧିକାର ରହିଥାଏ ନା ଅଧିକା ର ରହିନଥାଏ। ସାଧାରଣରେ ଲୋକ ମାନଙ୍କ ପାଖରେ ସମ୍ପତ୍ତି ଗତ ଅଧିକାର କୁ ନେଇ କାମ ଜ୍ଞାନ ରହିଥାଏ।

ଯେଉଁଥି ପାଇଁ ସେମାନେ ଅନେକ ସମୟରେ ଅସୁବିଧାରେ ପଡିଥାନ୍ତି। ଓ ଦରକାର ପଡିବା ସମୟରେ ତାଙ୍କୁ କୋର୍ଟ କଚେରିର ଚକର୍ କାଟିବାକୁ ପଡ଼ିଥାଏ। ଯେଉଁଥି ପାଇଁ ସେମାନେ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି।

ତେବେ ଯାଆନ୍ତୁ ମହିଳା ମାନଙ୍କ ଶାଶୁ ଘର ସମ୍ପତ୍ତି ରେ କେତେ ଅଧିକାର ରହିଛି.. ?

WhatsApp Channel (Join Now) Join Now

Follow our WhatsApp channel and get all the Latest news

ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ଜଣେ ବ୍ୟକ୍ତିର ସ୍ୱର୍ଜିତ ଧନରେ କେବଳ ସେହି ବ୍ୟକ୍ତିର ହିଁ ଅଧିକାର ରହିଛି। ଯାହାକୁ ସେହି ବ୍ୟକ୍ତି ନଚାହିଁବ ପର୍ଯ୍ୟନ୍ତ କେହି ନେଇ ପାରିବେ ନାହିଁ। ସେହି ବ୍ୟକ୍ତି ନିଜେ ହିଁ କେବଳ ସେହି ସମ୍ପତ୍ତିର ବିକା କିଣା ବା କାହାକୁ ଦେଇ ପାରିବେ। 

ତେବେ ଆଇନ୍ ଅନୁସାରେ ବିବାହ ପାରେ ମହିଳା ମାନଙ୍କର ନିଜ ଶାଶୁ ଘରେ ରହିବା ର ସଂପୂର୍ଣ୍ଣ ଅଧିକାର ରହିଛି। ସ୍ୱାମୀର ମୃତ୍ୟୁ ପରେ ସ୍ୱାମୀର ସ୍ୱର୍ଜିତ ଧନରେ ସ୍ତ୍ରୀ ର ଅଧିକାର ରହିଛି। ମାତ୍ର ଶଶୁରଙ୍କ ସମ୍ପତ୍ତିରେ କୌଣସି ଅଧିକାର ରହିନାହିଁ। ଶଶୁରଙ୍କ ମୃତ୍ୟୁ ପାରେ ସେହି ସମ୍ପତ୍ତି ଶାଶୁ କିମ୍ବା ପୁଅ ର ଅଧିକାର ଭୁକ୍ତ ହୋଇଥାଏ। ଯେଉଁଥିରେ ମହିଳାଙ୍କର କୌଣସି ଆଇନ୍ ଗତ ଅଧିକାର ନଥାଏ।