କାହିଁକି ନାଗ ପଞ୍ଚମୀରେ ରୁଟି ତିଆରି କରିବ ମନା, ଜାଣନ୍ତୁ ଏହିଦିନ କାହିଁକି ରୁଟି ଅଶୁଭ ହୋଇଥାଏ

 

କଣ ଆପଣ ଜାଣନ୍ତି କି ଏହି ଦିନ ଘରେ ରୁଟି ତିଆରି କରିବା ଆପଣଙ୍କ ପାଇଁ କେତେ ବଡ ବିପଦ ଟାଣି ଆଣି ପାରେ ବୋଲି ? ଆଜ୍ଞା ହଁ । ଏପରି ଆମେ କିଛି ମନରୁ କହୁ ନାହୁଁ ବରଂ ଏହା ଆମ ହିନ୍ଦୁ ଧର୍ମରେ ରହିଛି । ସାଧାରଣତଃ ହିନ୍ଦୁ ଧର୍ମର ଅନେକ ବିଶେଷତ୍ଵ ରହିଥାଏ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଅନ୍ୟ ସବୁ ଧର୍ମ ଅପେକ୍ଷା ହିନ୍ଦୁ ଧର୍ମର ପରମ୍ପରା , ସଂସ୍କୃତି ଏବଂ ଚାଲିଚଳଣୀ ଟିକେ ଅଲଗା ହୋଇଥାଏ । ହିନ୍ଦୁ ଧର୍ମରେ ଖାଦ୍ୟକୁ ନେଇ ମଧ୍ୟ ଭିନ୍ନ ପରମ୍ପରା ରହିଛି । ସାଧାରଣତଃ ଓଡ଼ିଆ ଘରେ ବେଶୀ ଲୋକ ଭାତକୁ ବେଶ୍ ପ୍ରାଧାନ୍ୟ ଦେଉଥିବା ବେଳେ କିଛି ଲୋକ ରୁଟିକୁ ମଧ୍ୟ ବେଶ୍ ପ୍ରାଧାନ୍ୟ ଦେଇଥାନ୍ତି ।

ଭାରତର ଅଧିକାଂଶ ଲୋକ ତ ରୁଟି ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । କିନ୍ତୁ ଆମର ଧର୍ମ ଶାସ୍ତ୍ର ଅନୁଯାୟୀ ଏକ ଏଭଳି ଦିନ ରହିଛି ଯେଉଁଦିନ ଘରେ ରୁଟି ତିଆରି କରିବାକୁ ଅଶୁଭ ମନେ କରା ଯାଇଥାଏ । ତେବେ ଜାଣନ୍ତୁ କଣ ରହିଛି ଏହି ଦିନ....

ନାଗ ପଞ୍ଚମୀ । ସାଧାରଣତଃ ନାଗ ପଞ୍ଚମୀ ଦିନ ରୁଟି ପ୍ରସ୍ତୁତ କରିବାକୁ ବାରଣ କରା ଯାଇଥାଏ । ଏହି ଦିନ ରୁଟି ପ୍ରସ୍ତୁତ କରିବା ଦ୍ଵାରା ଆମ ଜୀବନରେ ବିଭିନ୍ନ ବିପଦ ମାଡ଼ି ଆସିବାର ଆଶଙ୍କା ଥାଏ । କାରଣ ଆମେ ଲୁହା ପ୍ୟାନ୍ ରେ ହିଁ ରୁଟି ପ୍ରସ୍ତୁତ କରିଥାଉ ।

ଆପଣଙ୍କ ଅବଗତ ପାଇଁ କହି ରଖୁଛୁ ଏହି ଲୁହାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ରାହୁଙ୍କର ଖରାପ ପ୍ରଭାବ ପଡିଥାଏ । ତେଣୁ ଏହି ଦିନ କେବଳ ରୁଟି ନୁହେଁ ବରଂ ଲୁହାରେ ପ୍ରସ୍ତୁତ କୌଣସି ବି ଖାଦ୍ୟ ଖାଇବାକୁ ନିଷେଧ କରା ଯାଇଥାଏ ।