ସ୍ପୋର୍ଟସ କୋଟା ଥିଲେ CISFରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ

 

ସ୍ପୋର୍ଟସ କୋଟା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (CISF) ହେଡ୍ କନଷ୍ଟେବଲ୍ ଜିଡି ସ୍ପୋର୍ଟସ୍ କୋଟା ନିଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ 215 ଟି ପଦବୀ ପୂରଣ ହେବ । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ CISF ର ଅଫିସିଆଲ୍ ୱେବସାଇଟ୍ cisfrectt.cisf.gov.in କୁ ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ ।

ନୂଆ ନୂଆ ଚାକିରି ବିଷୟରେ ସୂଚନା ପାଇବା ପାଇଁ ଆମର WhatsApp & Telegram ଚ୍ୟାନେଲ୍ ଜଏନ୍ କରନ୍ତୁ:

For Latest Job news, Join our WhatsApp & Telegram Channel below:

WhatsApp Group (Join Now) Join Now
Telegram Group (Join Now) Join Now

ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ ଚାହୁଁଥିଲେ ଏଠାରେ କ୍ଲିକ କରି ବିଜ୍ଞପ୍ତିକୁ ଦେଖିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-

ଅନଲାଇନ୍ ଆବେଦନ ଆରମ୍ଭ - 30 ଅକ୍ଟୋବର 2023
ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ - 28 ନଭେମ୍ବର 2023

ଆବେଦନ ଶୁଳ୍କ :-

ସାଧାରଣ ବର୍ଗ, OBC / EWS - 100 ଟଙ୍କା
SC / ST - ମାଗଣା

ଶିକ୍ଷାଗତ ଯୋଗ୍ୟତା :-

କୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ ।
କ୍ରୀଡା ଏବଂ ଆଥଲେଟିକ୍ସରେ ରାଜ୍ୟ / ଜାତୀୟ / ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବେ ।

ବୟସ ସୀମା :-

ସର୍ବନିମ୍ନ ବୟସ - 18 ବର୍ଷ
ସର୍ବାଧିକ ବୟସ- 23 ବର୍ଷ
ବୟସ 1 ଅଗଷ୍ଟ 2023 ସୁଦ୍ଧା ଗଣନା ହେବ ।

ଚୟନ ପ୍ରକ୍ରିୟା :-

ପ୍ରଥମ ପର୍ଯ୍ୟାୟ: ଟ୍ରାଏଲ୍ ଟେଷ୍ଟ, ଦକ୍ଷତା ପରୀକ୍ଷା, ଶାରୀରିକ ମାନକ ପରୀକ୍ଷା (PST), ଏବଂ ଡକ୍ୟୁମେଣ୍ଟେସନ୍
ଦ୍ୱିତୀୟ ପର୍ଯ୍ୟାୟ: ଡାକ୍ତରୀ ପରୀକ୍ଷା

ଦରମା :-

ସର୍ବନିମ୍ନ ମାସିକ ଦରମା - 25,500 ଟଙ୍କା
ସର୍ବାଧିକ ମାସିକ ଦରମା - 81,100 ଟଙ୍କା

ଆବଶ୍ୟକ ଡକ୍ୟୁମେଣ୍ଟ୍ :-

ଦଶମ ଶ୍ରେଣୀ ମାର୍କ ସିଟ୍
ଦ୍ୱାଦଶ ଶ୍ରେଣୀ ମାର୍କ ସିଟ୍
କ୍ରୀଡା ସମ୍ବନ୍ଧୀୟ ଡକ୍ୟୁମେଣ୍ଟ୍
ପ୍ରାର୍ଥୀଙ୍କ ଫଟୋ ଏବଂ ଦସ୍ତଖତ
ଜାତି ପ୍ରମାଣପତ୍ର
ପ୍ରାର୍ଥୀଙ୍କ ମୋବାଇଲ୍ ନମ୍ବର ଏବଂ ଇମେଲ୍ ID
ଆଧାର କାର୍ଡ
ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେଇପାରିବେ ଯାହା ଦ୍ୱାରା ପ୍ରାର୍ଥୀ ଲାଭ ଚାହୁଁଛନ୍ତି ।

କିପରି ଆବେଦନ କରିବେ :-

ଷ୍ଟେପ 1 - ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ cisfrectt.cisf.gov.in କୁ ଯାଆନ୍ତୁ ।
ଷ୍ଟେପ 2 - ଏହା ପରେ ମୂଳପୃଷ୍ଠାରେ ନିଯୁକ୍ତି ଉପରେ କ୍ଲିକ୍ କରନ୍ତୁ ।
ଷ୍ଟେପ 3 - ଏହା ପରେ CISF ହେଡ୍ କନଷ୍ଟେବଲ୍ GD ସ୍ପୋର୍ଟସ୍ କୋଟା ନିଯୁକ୍ତି 2023 ଉପରେ କ୍ଲିକ୍ କରନ୍ତୁ ।
ଷ୍ଟେପ 4 - ଏହା ପରେ CISF ହେଡ୍ କନଷ୍ଟେବଲ୍ ଜିଡି ସ୍ପୋର୍ଟସ୍ କୋଟା ନିଯୁକ୍ତି 2023 ର ଅନଲାଇନ୍ ଅଫିସିଆଲ୍ ବିଜ୍ଞପ୍ତିରେ କ୍ଲିକ୍ କରନ୍ତୁ ।
ଷ୍ଟେପ 5 - ସଠିକ୍ ଭାବରେ ଆବେଦନ ଫର୍ମ ପୁରଣ କରନ୍ତୁ ।
ଷ୍ଟେପ 6 - ଆବଶ୍ୟକ ଡକ୍ୟୁମେଣ୍ଟ୍, ଫଟୋ ଏବଂ ଦସ୍ତଖତ ଅପଲୋଡ୍ କରନ୍ତୁ ।
ଷ୍ଟେପ 7 - ବର୍ଗ ଅନୁଯାୟୀ ଆବେଦନ ଶୁଳ୍କ ପୈଠ କରନ୍ତୁ ।
ଷ୍ଟେପ 8 - ଆବେଦନ ଫର୍ମ ଦାଖଲ କରନ୍ତୁ ।
ଷ୍ଟେପ 9 - ଭବିଷ୍ୟତର ପ୍ରମାଣ ପାଇଁ ଆପଣଙ୍କ ପାଖରେ ଆବେଦନ ଫର୍ମର ଏକ ପ୍ରିଣ୍ଟଆଉଟ୍ ରଖନ୍ତୁ ।