ଆସିଲା ଡିଜିଟାଲ୍ କଣ୍ଡୋମ, ଚର୍ଚ୍ଚାରେ ନୂଆ ଟେକ୍ନୋଲୋଜି, ଜାଣନ୍ତୁ କେମିତି ଏହାକୁ କରିବେ ୟୁଜ୍
ଡିଜିଟାଲ ଦୁନିଆରେ ବର୍ତ୍ତମାନ ସବୁକିଛି ସମ୍ଭବ ହୋଇପାରୁଛି । ସପିଙ୍ଗରୁ ନେଇ ପାଠବଢା ପର୍ଯ୍ୟନ୍ତ ସବୁକିଛି ସମ୍ଭବ ହୋଇପାରିଛି ଏହି ଡିଜିଟାଲ ପ୍ଲାଟଫର୍ମରେ । ଏହାମଧ୍ୟରେ ବର୍ତ୍ତମାନ ଏକ ନୂଆ ଟେକନୋଲୋଜି ସମସ୍ତଙ୍କୁ ଚମକାଇ ଦେଇଛି । ମାର୍କେଟରେ ଲଞ୍ଚ୍ ହୋଇଛି 'ଡିଜିଟାଲ କଣ୍ଡୋମ' । ଏହି ଟେକନୋଲୋଜି ଲଞ୍ଚ୍ ହେବା ପରେ ସବୁଠି ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଜର୍ମାନର ଏକ କମ୍ପାନୀ ଏହାକୁ ଲଞ୍ଚ କରିଛି । ଯାହା ଏବେ ଚାରିଆଡେ ଛାଇ ଯାଇଛି । ଜର୍ମାନର ଯୌନ ସ୍ୱାସ୍ଥ୍ୟ ବ୍ରାଣ୍ଡ ବିଲି ବୟ କୈମଡୋମ ନାମକ ଏହି ଆପ ଲଞ୍ଚ କରିଛି । ଯାହା ବିଶ୍ୱରେ ଏବେ ଛାଇ ଯାଇଛି । ତେବେ ଜାଣିବା ଏହାରି ବାବଦରେ...
ନୂଆ କରି ଲଞ୍ଚ୍ ହୋଇଥିବା ଏହି 'ଡିଜିଟାଲ କଣ୍ଡୋମ' ପ୍ରକୃତରେ ଏକ ମୋବାଇଲ ଆପ୍ । ଏହି ଆପ୍ କୁ CAMDOM ନାମରେ ମଧ୍ୟ ଜଣାଯାଏ । ଯାହା ଶାରୀରିକ ସମ୍ପର୍କ ରକ୍ଷା କରିବା ସମୟରେ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ସହଯୋଗୀ ହୋଇପାରିବ ।
ନୂଆ କରି ଲଞ୍ଚ୍ ହୋଇଥିବା ଏହି 'ଡିଜିଟାଲ କଣ୍ଡୋମ' ପ୍ରକୃତରେ ଏକ ମୋବାଇଲ ଆପ୍ । ଏହାକୁ ଆପ୍ CAMDOM ନାମରେ ମଧ୍ୟ ଜଣାଯାଏ । ଯାହା ଶାରୀରିକ ସମ୍ପର୍କ ରକ୍ଷା କରିବା ସମୟରେ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ସହଯୋଗୀ ହୋଇପାରିବ । ଏହି ଆପ୍ ର ଟ୍ୟାଗଲାଇନ୍ ରହିଛି, 'ଅସଲି କଣ୍ଡୋମ ବ୍ୟବହାର କରିବା ଯେତିକି ସହଜ' । ଏହି ଆପ୍ ଜରିଆରେ ଦମ୍ପତି ନିଜ ଅନ୍ତରଙ୍ଗ ମୁହୂର୍ତ୍ତକୁ ଆହୁରି ସୁରକ୍ଷିତ କରିପାରିବେ ।
ଏହି ଆପ୍ ଜରିଆରେ ଦମ୍ପତି ଶାରୀରିକ ସମ୍ବନ୍ଧ ସମୟରେ ବିନା ସହମତିରେ ହେଉଥିବା ରେକର୍ଡିଙ୍ଗରୁ ନିଜକୁ ରକ୍ଷା କରିପାରିବେ । ଏହି ଡିଜିଟାଲ କଣ୍ଡୋମକୁ ଜର୍ମାନ୍ ବ୍ରାଣ୍ଡ ବିଲି ବୟ ଏବଂ ଏଜେନ୍ସି ଇନୋସିନ୍ ବର୍ଲିନଙ୍କ ଦ୍ୱାରା ବିକଶିତ କରାଯାଇଛି । ଏହାଦ୍ୱାରା ୟୁଜର ନିଜ ସ୍ମାର୍ଟପୋନ୍ କ୍ୟାମେରା ଏବଂ ମାଇକ୍ରୋଫୋନକୁ ବ୍ଲୁଟୁଥ ସହାଯ୍ୟରେ ବ୍ଲକ କରିପାରିବେ । ଫଳରେ ବିନା ଅନୁମତିରେ କୌଣସି ଭିଡିଓ କିମ୍ବା ଅଡିଓ ରେକର୍ଡ ହୋଇପାରିବ ନାହିଁ ।