ଏହି କାରଣରୁ ଅଲଗା ହେବାକୁ ଯାଉଛନ୍ତି ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା, ସାମ୍ନା କୁ ଆସିଲା ରଜନୀକାନ୍ତଙ୍କ ଝିଅ ର କଳା କାରନାମା

 

ଖୁବ୍ ଶୀଘ୍ର ଛାଡ଼ପତ୍ର ହେବାକୁ ଯାଉଛି ସୁପରଷ୍ଟାର ଧନୁଶ ଓ ସ୍ତ୍ରୀ ଐଶ୍ୱର୍ଯ୍ୟା ! ବିବାହ ପର ଠାରୁ ଦୁହେଁ ଦୁହିଁଙ୍କୁ ଦେଉଥିଲେ ଧୋକା । ଦୁହିଁଙ୍କର ଅନ୍ୟ ପୁରୁଷ ଓ ନାରୀଙ୍କ ସହ ରହିଥିଲା ସମ୍ପର୍କ ।

Follow our WhatsApp channel and get all the Latest news

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

୨୦୨୨ ପର ଠାରୁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହୁଥିବା ବେଳେ ୨୦୨୪୪ରେ ଦୁହେଁ ଏକ ଘରୋଇ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ତେବେ ଦୁହିଁଙ୍କ ଛାଡ଼ପତ୍ରର ରହସ୍ୟ ଲୋକଲୋଚନକୁ ଆସି ନ ଥିବା ବେଳେ, କିଛି ଏପରି କହି ମୁହଁ ଖୋଲିଛନ୍ତି କଣ୍ଠଶିଳ୍ପୀ ସୁଚିତ୍ରା ।

ସୁଚିତ୍ରାଙ୍କ କହିବା ଅନୁସାରେ , ବିବାହ ପର ଠାରୁ ଦୁହେଁ ଦୁହିଁଙ୍କୁ ଧୋକା ଦେଇ ଆସୁଥିଲେ । ଧନୁଷଙ୍କର ଅନ୍ୟ ଝିଅ ମାନଙ୍କ ସହ ସମ୍ପର୍କ ରହିଥିବା ବେଳେ ଐଶ୍ୱର୍ଯ୍ୟାଙ୍କର ମଧ୍ୟ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରହିଥିଲା ।

ତେବେ ଧନୁଶ ପିତା ହିସାବରେ ଜଣେ ଭଲ ମଣିଷ ଅଟନ୍ତି ଏବଂ ବ୍ୟକ୍ତିଗତ ଭାବେ ମଧ୍ୟ ଭଲ । କିନ୍ତୁ ଏହି ସମ୍ପର୍କରେ ଦୁହେଁ ଖୁସି ନାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ କଣ୍ଠଶିଳ୍ପୀ ସୁଚିତ୍ରା ।