ଦେଖନ୍ତୁ ଭିଡ଼ିଓ: ଚଳନ୍ତା ଗାଡି ଉପରେ ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ, ଭିଡ଼ିଓ ଦେଖି ଆସିଲା ପୋଲିସ ଏବଂ...
Sep 10, 2021, 11:15 IST
ବାଇକ୍ ଉପରେ ପ୍ରେମୀଯୁଗଳଙ୍କ ରୋମାନ୍ସ। ଚଳନ୍ତା ବାଇକ ଉପରେ ପ୍ରେମୀଯୁଗଳ ଖୋଲାଖୋଲି କିସ୍ କରୁଥିବା ସମୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟି ଭୋପାଳ ସହରର ହୋଇଥିବା ଜଣାପଡିବା ପରେ ପ୍ରେମୀଯୁଗଳଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓଟି ଭୋପାଳ ସହରର ଭିଆଇପି ରୋଡ଼ର ବୋଲି ଜଣାପଡ଼ିଛି। ଏହି ଭିଡ଼ିଓଟିରେ ଜଣେ ଯୁବତୀ ବାଇକ ଟାଙ୍କି ଉପରେ ବସି ଗାଡ଼ି ଚଲାଉଥିବା ଯୁବକଙ୍କୁ ଆଲିଙ୍ଗନ କରି କିସ୍ କରୁଥିବା ଦେଖିବାକୁ ମିଳୁଛି। ସେହି ସମୟରେ ସେଠାରେ କାର ଯୋଗେ ଯାଉଥିବା କିଛି ଲୋକେ ଏହାର ଭିଡ଼ିଓ କରି ଭାଇରାଲ କରିଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-
୧୩ ସେକେଣ୍ଡର ଏହି ଭିଡ଼ିଓରେ ପ୍ରେମିକକୁ ଆଲିଙ୍ଗନ କରିଥିବା ଯୁବତୀ ଜଣକ ଭିଡ଼ିଓ ରେକର୍ଡ଼ ହେଉଥିବା ଦେଖି ମୁଁହ ଲୁଚାଇଦେଇଥିଲେ। ବିପଦଜନକ ଭାବରେ ଗାଡି ଚଳାଉଥିବାରୁ ପୋଲିସ ଏହି ପ୍ରେମୀ ଯୁଗଳଙ୍କୁ ଖୋଜିବାରେ ଲାଗିଛି। ତେବେ, ଉଭୟ ଯୁବକ ଏବଂ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।