ଦେଖନ୍ତୁ ଭିଡ଼ିଓ: ରାସ୍ତା କଡ଼ରେ କପଲ୍ ଡ୍ୟାନ୍ସ କରିବା ପଡ଼ିଲା ଭାରି! ୧୦ ବର୍ଷ ପାଇଁ ଜେଲ୍ ଗଲେ ପ୍ରେମୀଯୁଗଳ…

 

ଇଂଷ୍ଟାଗ୍ରାମ୍ ରିଲ୍ସରେ ଯୁବକ ଯୁବତୀମାନେ କପଲ୍ସ ଡ୍ୟାନ୍ସ କରିବା କିଛି ନୂଆ କଥା ନୁହେଁ। କିନ୍ତୁ, ସର୍ବସାଧାରଣରେ ଡ୍ୟାନ୍ସ କରି ଏଭଳି ଏକ ଯୋଡ଼ି ହଟହଟା ହୋଇଛନ୍ତି। ଏପରିକି ସେମାନଙ୍କୁ ଏଥିପାଇଁ ଜେଲ୍ ମଧ୍ୟ ଯିବାକୁ ପଡ଼ିଛି। ଟ୍ରେଡିଂ ଗୀତରେ ରିଲ୍ସ କରି ଇରାନର ଏହି ଯୋଡ଼ି ଏବେ ବେସ୍ ଚର୍ଚ୍ଚାରେ।

ମିଳିଥିବା ସୂଚନା ଅନୁଯାଇ ୨୨ ବର୍ଷିୟ ପୁରୁଷ ବନ୍ଧୁ ଅମିର ମହମ୍ମଦ ଅହମଦୀଙ୍କ ସହ ୨୧ ବର୍ଷିୟ ଅସ୍ତିୟାଜ ହଘିଘି ଇରାନର ରାଜଧାନୀ ତେହେରାନର ଏକ ରାସ୍ତା କଡ଼ରେ ଡ୍ୟାନ୍ସ କରୁଥିଲେ। ତେବେ, ସେହି ସମୟରେ ଅସ୍ତିୟାଜ ହିଜାବ ପିନ୍ଧି ନଥିଲେ। ଯେଉଁଥିପାଇଁ ଉଭୟଙ୍କୁ ଇରାନ ସରକାର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।