ଘରେ ଲାଗିଥିବା ଘଣ୍ଟା କରିଦେବ କୋଟିପତି, କେବଳ କରନ୍ତୁ ଏହି ଗୋଟିଏ ଉପାୟ 

 

ସମୟ ହେଉଛି ବହୁତ ମୂଲ୍ୟବାନ। ସମୟ ଥରେ ବିତିଗଲେ ଆଉ କେବେବି ଫେରିକି ଆସିନଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘର ମଧ୍ୟରେ ଥିବା ପ୍ରତ୍ଯେକଟି ଜିନିଷର ପ୍ରଭାବ ସେହି ଘରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ପଡିଥାଏ। ତେବେ ସେହି ସବୁ ବାସ୍ତୁ ଗୁଡିକ ମଧ୍ୟରେ ରହିଛି ଘଡି। 

ଘଣ୍ଟା ମଧ୍ୟ ଆମ ଜୀବନର ଏକ ମହତ୍ଵପୂର୍ଣ୍ଣ ବାସ୍ତୁ। ଯାହା ଆମକୁ ସଠିକ ସମୟରେ ସଠିକ କାର୍ଯ୍ୟ କରିବାକୁ ସମୟ ଦର୍ଶାଇଥାଥସେ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ସେମିତି ଏକ ବସ୍ତୁ ହେଉଛି ଘଡ଼ି ବା ଘଣ୍ଟା। 

ସମୟ ଜାଣିବା ପାଇଁ ଆମେ ସାଧାରଣତଃ ଘରେ ଘଣ୍ଟା ଲଗାଇଥାଉ। କିନ୍ତୁ ଏହି ଘଣ୍ଟା ଲଗାଇବା ପାଇଁ ସଠିକ୍‌ ଦିଗର ଚୟନ କରିବା ବି ଜରୁରୀ ହୋଇଥାଏ; ନଚେତ୍‌ ଏହାର କୁପ୍ରଭାବ ଆମ ଘର ଓ ଜୀବନ ଉପରେ ପଡିଥାଏ।

1- ଘଣ୍ଟାକୁ ସର୍ବଦା ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର। ଯେହେତୁ ଦକ୍ଷିଣ ଦିଗ ହେଉଛି ଯମରାଜଙ୍କର ଦିଗ ତେଣୁ ସେହି ଦିଗରେ ଘଣ୍ଟା ନ ଲଗାଇବା ଉଚିତ୍‌। କାରଣ ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଆୟୁ ଓ ସ୍ବାସ୍ଥ୍ୟହାନୀର ଏହା କାରଣ ବି ସାଜିପାରେ।

2- କେବେ ବି ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ ଘଣ୍ଟା ଲଗାନ୍ତୁ ନାହିଁ। ଏମିତି କଲେ ଘରେ ସର୍ବଦା ଝଗଡ଼ା ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

3- ଘଣ୍ଟାକୁ ସବୁବେଳେ ସଫା ରଖନ୍ତୁ। ଏହା ଉପରେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ। ଭାଙ୍ଗି ଯାଇଥିବା କିମ୍ବା ଅଚଳ ଘଣ୍ଟାକୁ ଆଦୌ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ଅଶୁଭ ହୋଇଥାଏ।

4- ଅନ୍ୟପକ୍ଷେ ଘଣ୍ଟାକୁ କେବେ ବି ବିଳମ୍ବରେ ଚାଲିବାକୁ ଦେବେ ନାହିଁ। ଦରକାର ପଡିଲେ ଏହାର ସମୟକୁ ଦୁଇ ତିନି ମିନିଟ୍‌ ଆଗୁଆ ପଛେ କରିଦେବେ ହେଲେ ଆଦୌ ବିଳମ୍ବ ହେବାକୁ ଦେବେନି। ଏହାଦ୍ୱାରା ପରିବାର ଲୋକଙ୍କ ଉପରେ ସମୟାନୁବର୍ତ୍ତିତାର ପ୍ରଭାବ ପଡିଥାଏ।

5- କୁହାଯାଏ ଘରର ହଲ୍‌ରେ ପେଣ୍ଡୁଲମ୍‌ ଘଣ୍ଟା ଲଗାଇବା ବି ଅତ୍ୟନ୍ତ ଶୁଭ ହୋଇଥାଏ।