CISF ଆଣିଲା 7300 ପଦବୀ ପାଇଁ ନିଯୁକ୍ତି ସୁଯୋଗ ! ଯୋଗ୍ୟତା ଦଶମ ପାସ, ଏମିତି ଭାବରେ କରନ୍ତୁ ଆବେଦନ

 

ଚାକିରୀ ଖୋଜୁଥିବା ସମସ୍ତ ଯୁବକମାନଙ୍କ ପାଇଁ ଆସିଛି ଆଉ ଏକ ନିଯୁକ୍ତି ସୁଯୋଗ। ଏହି ସୁଯୋଗର ଫାଇଦା ଉଠାଇ ଆପଣ ଚାକିରି ପାଇପାରିବେ। ପ୍ରକୃତରେ CISF ପକ୍ଷରୁ ୨୦୨୩ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ଉପରେ ଖାଲିଥିବା ୭୩୦୦ ପୋଷ୍ଟ ପାଇଁ ଖୁବ ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ। CISF ରେ କନଷ୍ଟେବଲ୍ (ଡ୍ରାଇଭର) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆବେଦନର ତାରିଖ ଏବଂ ଶେଷ ତାରିଖ ଖୁବ ଶୀଘ୍ର ପ୍ରକାଶ ପାଇବ।

ଆବେଦନ ଶୁଳ୍କ:- ସାଧାରଣ (UR): ₹୧୦୦।

EWS: ₹୧୦୦, OBC (ଅନ୍ୟ ପଛୁଆ ଶ୍ରେଣୀଗୁଡିକ): ₹୧୦୦।

ଏହା ବ୍ୟତୀତ SC (ଅନୁସୂଚିତ ଜାତି), ST (ଅନୁସୂଚିତ ଜନଜାତି)ର ଆଶାୟୀମାନେ ନିଶୁଳ୍କରେ ଆବେଦନ କରି ପାରିବେ। ସେହିପରି ଭାବରେ ଏହି ଚାକିରୀ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଦରକାର। ଏହା ବ୍ୟତୀତ ଅଶାୟୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ମଧ୍ୟ ଆବଶ୍ୟକ ଅଟେ। 

ଆହୁରି ପଢ଼ନ୍ତୁ:- ୨୧ ବର୍ଷ ବୟସରେ ଅଫିସର, ପ୍ରଥମ ପୋଷ୍ଟିଂରେ ଲାଞ୍ଚ ନେଇଥିବା ବେଳେ ଧରାପଡିଲେ, ଆଉ ତାପରେ...