ପୁରୀ କାକଟପୁର ମା ମଙ୍ଗଳାଙ୍କ ମନ୍ଦିରର ଆଶ୍ଚର୍ଯ୍ୟଜନକ ରହସ୍ୟ, ନିଶ୍ଚିତ ଜାଣନ୍ତୁ

କାକଟପୁର ମା ମଙ୍ଗଳା ମନ୍ଦିର ପୁରୀରୁ ୫୪ କିଲୋମିଟର ଏବଂ ଭୁବନେଶ୍ୱର ରୁ ୭୫ କିଲୋମିଟର ଦୂରରେ କାକଟପୁର ର ପ୍ରାଚୀ ନଦୀକୂଳରେ ଅବସ୍ତିତ. ଏହା ୫୦୦ ବର୍ଷ ତଳର ମନ୍ଦିର ଅଟେ. ସ୍ଥାନୀୟ ଜମିଦାର ରାୟଚୁଡ଼ାମଣି ୧୫୪୮ ଖ୍ରୀଷ୍ଟାବ୍ଦ ରେ ଏହି ମନ୍ଦିର କୁ ନିର୍ମାଣ କରିଥିଲେ. ଏହି ମା ମଙ୍ଗଳା ମନ୍ଦିରରେ ରହିଛି ଅନେକ ଆଶ୍ଚର୍ଯ୍ୟଜନକ ମହିମା ଯାହା ଆପଣ ଜାଣି ନଥିବେ ତେବେ ଆସନ୍ତୁ ଜାଣିବା ମା ଙ୍କ ମହିମା ସମ୍ପର୍କରେ. ପୌରାଣିକ
 

କାକଟପୁର ମା ମଙ୍ଗଳା ମନ୍ଦିର ପୁରୀରୁ ୫୪ କିଲୋମିଟର ଏବଂ ଭୁବନେଶ୍ୱର ରୁ ୭୫ କିଲୋମିଟର ଦୂରରେ କାକଟପୁର ର ପ୍ରାଚୀ ନଦୀକୂଳରେ ଅବସ୍ତିତ. ଏହା ୫୦୦ ବର୍ଷ ତଳର ମନ୍ଦିର ଅଟେ. ସ୍ଥାନୀୟ ଜମିଦାର ରାୟଚୁଡ଼ାମଣି ୧୫୪୮ ଖ୍ରୀଷ୍ଟାବ୍ଦ ରେ ଏହି ମନ୍ଦିର କୁ ନିର୍ମାଣ କରିଥିଲେ. ଏହି ମା ମଙ୍ଗଳା ମନ୍ଦିରରେ ରହିଛି ଅନେକ ଆଶ୍ଚର୍ଯ୍ୟଜନକ ମହିମା ଯାହା ଆପଣ ଜାଣି ନଥିବେ ତେବେ ଆସନ୍ତୁ ଜାଣିବା ମା ଙ୍କ ମହିମା ସମ୍ପର୍କରେ.

ପୌରାଣିକ ତଥ୍ୟରୁ ପ୍ରାଚୀ ନଦୀ ମହାଗର୍ଭରେ ମା ମଙ୍ଗଳା ବୁଡିକି ରହିଥିଲେ. ଥରେ ଜଣେ ନାବିକ ନଦୀରେ ଡ଼ଙ୍ଗା ବହୁଥିବା ବେଳେ ହଠାତ ଅଦିନିଆ ଝଡ଼ରେ ତା ଡଙ୍ଗାଟି ଦୋହଲି ବାକୁ ଲାଗିଲା କିନ୍ତୁ ଅକସ୍ମାତ ମଝି ନଦୀରେ ଡଙ୍ଗାଟି ସ୍ଥିର ହୋଇ ରହିଯାଇଥିଲା. ଏବଂ ନାଉରିଆ ଜଣକ ରକ୍ଷା ପାଇଯାଇଥିଲା. ଏପରି ବିସ୍ମୟକୁ ସହଜରେ ନାଉରିଆ ଜଣକ ଭୁଲିପାରୁନଥିଲା ଏବଂ କିପରି ସେ ରକ୍ଷା ପାଇଲା ବାରମ୍ବାର ଭାବୁଥିଲା. ମା ତା ମନ କଥା ଜାଣିପାରି ସେହିଦିନ ଅଧରାତିରେ ତାଙ୍କୁ ସ୍ୱପ୍ନରେ ଦେଖାଦେଇଥିଲେ ଏବଂ ନଦୀରୁ ବାହାର କରିବାକୁ କହିଥିଲେ. ନାଉରିଆ ଜଣକ ମା ଙ୍କ ପ୍ରତିମୁର୍ତି ନଦୀଗର୍ଭ ରୁ ବାହାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମ ରେ ରଖି ପୂଜାର୍ଚନା କରୁଥିଲା. ତେଣୁ ମା କୁ କେହି କେହି ମଙ୍ଗଳା ବୋଲି ସମ୍ବରଣ କରୁଥିଲେ. ପରେ ମଙ୍ଗଳ ପୁରର ମଙ୍ଗଳା ମା କାକଟ ପୁର ମା ମଙ୍ଗଳା ନାମରେ ପରିଚିତ ହେଲେ. ଏହା ଏକ ଶକ୍ତିପୀଠ ଅଟେ.

ଚୈତ୍ର ମାସର ପ୍ରଥମ ମଙ୍ଗଳ ବାରରେ ମା ଙ୍କ ଚନ୍ଦନ ବେଶ ହେଇଥାଏ. ବୈଶାଖ ମାସର ପ୍ରଥମ ମଙ୍ଗଳବାର ରେ ମା ମଙ୍ଗଳା ଙ୍କ ମନ୍ଦିରରେ ଝାମୁ ଯାତ୍ରା ପାଳିତ ହେଇଥାଏ. ଏହି ଝାମୁ ଯାତ୍ରାରେ ଭକ୍ତ ମାନେ ମାନସିକ ରଖି ଖାଲି ପାଦରେ ନିଆଁରେ ଚାଲିଥାନ୍ତି. ମା ମଙ୍ଗଳାଙ୍କ ପାଖରେ ଏକ କାଉ ସର୍ବଦା ବାସ କରୁଥାଏ ଦିନେ ହଠାତ କଳା କାଉ ଟି ପ୍ରାଚୀ ନଦୀର ଗର୍ଭ କୁ ଯାଇ ଅଟକ ରହିଥିଲା ଯେଉଁଠି ମା ଙ୍କର ପ୍ରତିମୁର୍ତି ଉଦ୍ଧାର ହେଇଥିଲା. ବହୁଦିନ ପରେ ମଧ୍ୟ କାଉ ଟି ନ ଫେରିନଥିଲା. କାଉ ଅଟକ ରହିଥିବା କାରଣରୁ ଏହି ଜାଗାକୁ କାକଟକ କୁହାଯାଉଥିଲା.

ସବୁଠାରୁ ବଡ ଆଶ୍ଚର୍ଯ୍ୟ ଘଟଣା ହେଉଛି ଯେତେବେଳେ ପୁରୀର ପ୍ରଭୁ ଜଗନ୍ନାଥ , ବଳଭଦ୍ର , ଏବଂ ମା ସୁଭଦ୍ରା ଦେବୀଙ୍କର ନବକଳେବର ହେଇଥାଏ , ପ୍ରଭୁଙ୍କ ସେବକ ମାନେ ମା ମଙ୍ଗଳା ଙ୍କ ପାଖରେ ଅଧିଆ ପଡ଼ିଥାନ୍ତି , ଏବଂ ମା ମଙ୍ଗଳା ସ୍ୱପ୍ନରେ କେଉଁଠାରେ ଦାରୁ ଅଛି ସଠିକ ଭାବରେ କହିଥାନ୍ତି ଏବଂ ଦଇତାପତି ମାନଙ୍କୁ ମାର୍ଗ ଦର୍ଶାଇ ଥାନ୍ତି.