ଅଜବ ଡର, ଏମିତି ଏକ ସ୍ଥାନ ଯେଉଁଠାରେ ଲୋକେ ଭୟଭୀତ ହୋଇ କରନ୍ତି ନାହିଁ ଦୁର୍ଗା ପୂଜା, କାରଣ ଆଶ୍ଚର୍ଯ୍ୟଜନକ

ଆମ ଦେଶ ଭାରତରେ ଲୋକେ ବିଭିର୍ନ ପ୍ରକାରର ପରମ୍ପରା କୁ ମାନି ଚଳିଥାନ୍ତି। ଏଠାରେ ୧୨ ବର୍ଷ ରେ ୧୩ ପ୍ରକାରର ପର୍ବ ପାଳିତ ହୁଏ। ସମସ୍ତେ ଧୁମ ଧାମ ରେ ସବୁ ପର୍ବ ପର୍ବାଣି ପାଳିଥାନ୍ତି। ମାତ୍ର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଦୁର୍ଗା ପୂଜା ଲୋକେ ଡରି କି ପାଳି ନଥାନ୍ତି। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ କରୁଥିବା ଅସୁର ଜନଜାତି
 

ଆମ ଦେଶ ଭାରତରେ ଲୋକେ ବିଭିର୍ନ ପ୍ରକାରର ପରମ୍ପରା କୁ ମାନି ଚଳିଥାନ୍ତି। ଏଠାରେ ୧୨ ବର୍ଷ ରେ ୧୩ ପ୍ରକାରର ପର୍ବ ପାଳିତ ହୁଏ। ସମସ୍ତେ ଧୁମ ଧାମ ରେ ସବୁ ପର୍ବ ପର୍ବାଣି ପାଳିଥାନ୍ତି। ମାତ୍ର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଦୁର୍ଗା ପୂଜା ଲୋକେ ଡରି କି ପାଳି ନଥାନ୍ତି।

ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ କରୁଥିବା ଅସୁର ଜନଜାତି ଦେବୀଙ୍କ ପୂଜା କଲେ ପରିବାର ଧ୍ୱଂସ ହେବ ବୋଲି କରିଥାନ୍ତି ବିଶ୍ୱାସ।

ଅତି ପ୍ରାଚୀନ କାଳରୁ ଏଠାରେ ଏଭଳି ପରମ୍ପରା ଚଳି ଆସିଛି। ଏଠାକାର ଗଢ଼ଓ୍ବା, ପଲାମୁ, ଲାତେହାର,ଲୋହରଦଗା ପ୍ରଭୃତି ଜିଲାରେ ଦଶହରା ଦିନ କେହି ଘରୁ ବାହାରକୁ ବାହାରି ନ ଥାନ୍ତି। ଘରୁ ବାହାରିଲେ ଦେବୀଙ୍କ ପ୍ରକୋପ ପଡ଼ିବ ବୋଲି ସେମାନେ କହିଥାନ୍ତି। ନେତରହାଟ ପଞ୍ଚାୟତରେ ଅସୁର ଜନଜାତିର ୪୨ ପରିବାର ବାସ କରୁଛନ୍ତି। ଅସୁର ଜନଜାତିଙ୍କ ଜନସଂଖ୍ୟା ଏଠାରେ ୨୫୦ ରହିଛି।