କଣ ସତରେ ମାଗଣା କଲ୍ ବନ୍ଦ କଲା ଜିଓ! ଜାଣନ୍ତୁ ଜିଓର ନୂତନ ପ୍ଲାନ୍ ବିଷୟରେ ପୂରା ତଥ୍ୟ

ମାଗଣା କଲର ଲୋଭ ଦେଖାଇ ଗ୍ରାହକ ବୃଦ୍ଧି କରିଥିବା ଜିଓ ନେଟୱର୍କ ଆଜି ଲୋକଙ୍କୁ ଜବରଦସ୍ତ ଝଟ୍କା ଦେଇଛି। କଲ ଟର୍ମିନେଶନ ଚାର୍ଜ ସହ ଜଡିତ ଥିବା ନିୟମ ଗୁଡିକର ଅନିଶ୍ଚତା କାରଣରୁ ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହାକଙ୍କ ଠାରୁ କଲିଂ ଚାର୍ଜ ନେବା ପାଇଁ ବୁଧବାର ଦିନ ଘୋଷଣା କରିଛି। ଏଣିକି ଜିଓ ନେଟୱର୍କରୁ ଅନ୍ୟ ନେଟୱର୍କକୁ ଫୋନ କଲେ ଲୋକଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ଏ ବାବଦରେ ମିନିଟ୍କୁ
 

ମାଗଣା କଲର ଲୋଭ ଦେଖାଇ ଗ୍ରାହକ ବୃଦ୍ଧି କରିଥିବା ଜିଓ ନେଟୱର୍କ ଆଜି ଲୋକଙ୍କୁ ଜବରଦସ୍ତ ଝଟ୍‌କା ଦେଇଛି। କଲ ଟର୍ମିନେଶନ ଚାର୍ଜ ସହ ଜଡିତ ଥିବା ନିୟମ ଗୁଡିକର ଅନିଶ୍ଚତା କାରଣରୁ ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହାକଙ୍କ ଠାରୁ କଲିଂ ଚାର୍ଜ ନେବା ପାଇଁ ବୁଧବାର ଦିନ ଘୋଷଣା କରିଛି। ଏଣିକି ଜିଓ ନେଟୱର୍କରୁ ଅନ୍ୟ ନେଟୱର୍କକୁ ଫୋନ କଲେ ଲୋକଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ଏ ବାବଦରେ ମିନିଟ୍‌କୁ ୬ ପଇସା ଲେଖାଏ କଟିବ। ତେବେ ଜିଓରୁ ଜିଓକୁ କଲ ପୂର୍ବଭଳି ମାଗଣା ରହିବ।

୨୦୧୭ ମସିହାରେ ଦୂରସଂଚାର ନିୟାମକ ସଂସ୍ଥା ଟ୍ରାଇ ଇଣ୍ଟରକନେକ୍ଟ ୟୁଜେସ ଚାର୍ଜ(IUC)କୁ ୧୪ ପଇସାରୁ ୬ ପଇସା ପ୍ରତି ସେକେଣ୍ଡ ପର୍ଯ୍ୟନ୍ତ ହ୍ରାସ କରିଥିଲା ଏବଂ ଏହାକୁ ଜାନୁଆରୀ ୨୦୨୦ ସୁଦ୍ଧା ଶେଷ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା। ଯେହେତୁ ଜିଓ ନେଟୱାର୍କରେ ଫୋନ କଲ ଫ୍ରି ରହିଛି।

ଏହି କାରଣରୁ କମ୍ପାନୀକୁ ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ପରି ପରିଚାଳକଙ୍କ ନେଟୱାର୍କକୁ କରାଯାଇଥିବା କଲ ପାଇଁ ୧୩,୫୦୦ କୋଟି ଟଙ୍କା ଦେବାକୁ ପଡିଛି। ଇନକିମିଙ୍ଗ କଲ ପାଇଁ ଗ୍ରାହାକଙ୍କୁ କୌଣସି ଦେୟ ଦେବାକୁ ପଡିବନି। ଦିନକୁ ଦିନ ଋଣ ଭାର ବଢ଼ୁଥିବାରୁ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ସୂଚନା ଦେଇଛନ୍ତି। ଆସନ୍ତକାଲି ଠାରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡ଼ିଛି।

ତେବେ ଜିଓ ପକ୍ଷରୁ କିଛି ନୂଆ ଅଫର ଘୋଷଣା କରାଯାଇଛି, ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍‌ ପର୍ଯ୍ୟନ୍ତ କଲ ଓ ଗୋଟିଏ ଜିବି ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ ଓ ୨ ଜିବି ଡାଟା ମିଳିବ। ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍‌ ପର୍ଯ୍ୟନ୍ତ କଲ ଓ ୫ ଜିବି ଡାଟା ଓ ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅଲଗା ନେଟୱର୍କକୁ କଲ ଓ ୧୦ ଜିବି ଡାଟା ମିଳିବ।