ଦେହର ଭୋକ ଆଗରେ ହାର ମାନିଛି ସବୁକିଛି, ଦେଶର ଚର୍ଚ୍ଚିତ ଦେହବଜାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ବଦଳୁଛି ସମୟ। ବଢ଼ିଚାଲିଛି ଆଧୁନିକ ମଣିଷର ଆବଶ୍ୟକତା। ମଣିଷର ଆଦିମ କ୍ଷୁଧାକୁ ମେଣ୍ଟାଇବା ପାଇଁ କାୟା ମେଲାଇଛି ବେଶ୍ୟାବୃତ୍ତି। ସମୟ ସହିତ ତାଳ ଦେଇ ଏହି ବୃତ୍ତି ଏବେ ବିଶ୍ବରେ ଏକ ନମ୍ବର କାରବାରରେ ପହଞ୍ଚିସାରିଛି। ଆବଶ୍ୟକତା ଏହି ବୃତ୍ତିକୁ ଗାଁରୁ ସହର ଚାରିଆଡ଼େ ପହଞ୍ଚାଇ ଦେଇଛି। ୧୯୫୬ରେ ଆମ ଦେଶରେ ବେଶ୍ୟାବୃତ୍ତିକୁ ଆଇନ ସମ୍ମତ କରାଯାଇଥିଲା। ୧୯୮୬ରେ ଏଥିରେ କିଛି ସଂଶୋଧନ କରାଗଲା। ସେଥିରେ ସାର୍ବଜନୀନ ସ୍ଥାନଗୁଡ଼ିକରେ ସେକ୍ସକୁ ବାରଣ କରାଯିବା ସହ ଏପରି କରାଯିବାକୁ
 

ବଦଳୁଛି ସମୟ। ବଢ଼ିଚାଲିଛି ଆଧୁନିକ ମଣିଷର ଆବଶ୍ୟକତା। ମଣିଷର ଆଦିମ କ୍ଷୁଧାକୁ ମେଣ୍ଟାଇବା ପାଇଁ କାୟା ମେଲାଇଛି ବେଶ୍ୟାବୃତ୍ତି। ସମୟ ସହିତ ତାଳ ଦେଇ ଏହି ବୃତ୍ତି ଏବେ ବିଶ୍ବରେ ଏକ ନମ୍ବର କାରବାରରେ ପହଞ୍ଚିସାରିଛି। ଆବଶ୍ୟକତା ଏହି ବୃତ୍ତିକୁ ଗାଁରୁ ସହର ଚାରିଆଡ଼େ ପହଞ୍ଚାଇ ଦେଇଛି। ୧୯୫୬ରେ ଆମ ଦେଶରେ ବେଶ୍ୟାବୃତ୍ତିକୁ ଆଇନ ସମ୍ମତ କରାଯାଇଥିଲା। ୧୯୮୬ରେ ଏଥିରେ କିଛି ସଂଶୋଧନ କରାଗଲା। ସେଥିରେ ସାର୍ବଜନୀନ ସ୍ଥାନଗୁଡ଼ିକରେ ସେକ୍ସକୁ ବାରଣ କରାଯିବା ସହ ଏପରି କରାଯିବାକୁ ଅପରାଧ ବିବେଚନା କଥା କୁହାଯାଇଥିଲା। ବେଶ୍ୟାବୃତ୍ତିକୁ ଆଇନଗତ ମାନ୍ୟତା ମିଳିବା ପରେ ଏହି ବୃତ୍ତିରେ ସଂଖ୍ୟାଧିକ ଯୁବତୀ ଓ ମହିଳା ପ୍ରବେଶ କରିଥିବା ଦେଖାଯାଇଛି। ଆମ ଦେଶରେ ଏମିତି ଅନେକ ଗଳି ଅଛି, ଯେଉଁଠି ସନ୍ଧ୍ୟା ହେଲେ ଚିତ୍ର ବଦଳିଯାଏ। ଛୋଟ ପୋଷାକରେ ସଜେଇ ହୋଇଥିବା ରମଣୀମାନଙ୍କୁ ନେଇ ପୂରିଉଠେ ବଜାର। ଆସନ୍ତୁ ନଜର ପକାଇବା ଦେଶର ପ୍ରମୁଖ ଦେହବଜାର ଉପରେ।

ଦିଲ୍ଲୀର ଜିବି ରୋଡ୍‌: ଦିଲ୍ଲୀ ଠାରେ ରହିଛି ଜିବି ରୋଡ୍‌। ଏହାର ପୂରା ନାଁ ଗାରଷ୍ଟିନ ବାଷ୍ଟିନ ରୋଡ୍‌। ଏହା ଦିଲ୍ଲୀର ସବୁଠାରୁ ବଡ଼ ରେଡଲାଇଟ୍‌ ଏରିଆ। କୁହାଯାଏ ମୋଗଲରାଜ ସମୟରେ ଏଠାରେ ପ୍ରାୟ ୫ଟି ରେଡଲାଇଟ ଏରିଆ ବା କୋଠା ଥିଲା। ଇଂରେଜ ସମୟରେ ଏହି ପାଞ୍ଚଟି ସ୍ଥାନକୁ ମିଶାଇ ଗୋଟାଏ କରି ଦିଆଯାଇଥିଲା। ସେହି ସମୟରେ ଏହାର ନାମ ଜିବି ରୋଡ୍‌ ଦିଆଗଲା। ସୂଚନା ଅନୁସାରେ ଏହି ସ୍ଥାନ ହିଁ ଦେହ ବେପାରର ଅନ୍ୟତମ ସବୁଠାରୁ ବଡ଼ ପେଣ୍ଠସ୍ଥଳୀ ଭାବେ ଗଣାଯାଇଥାଏ। ନେପାଳ ଓ ବାଂଲାଦେଶରୁ ବହୁସଂଖ୍ୟାରେ ଯୁବତୀମାନେ ଜିବିରୋଡର ଏହି ନିଷିଦ୍ଧ ଗଳିକୁ ଆସିଥାନ୍ତି। ଏଠାରେ ଗୋଟିଏ ରୁମ୍‌ରେ ଅନେକ ଛୋଟ ଛୋଟ କ୍ୟାବିନ ଥାଏ। ଯେଉଁଠାରେ ଗୋଟିଏ ସମୟରେ ଅନେକ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯାଇଥାଏ।

କୋଲକାତାର ସୋନାଗାଛି: ଏହା ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ ରେଡଲାଇଟ ଏରିଆ। ଏଠାରେ ଅନେକ ଗୁଡ଼ିଏ ବଡ଼ ବଡ଼ ବଙ୍ଗଳା ରହିଛି ଯେଉଁଠାରେ ୧୨ ହଜାରରୁ ଊର୍ଦ୍ଧ୍ବ ଦେହଜୀବୀ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି। ଏଠାରେ ଥିବା ଦେହଜୀବୀମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି। ତଥ୍ୟ ମୁତାବକ ଏହି ଅଞ୍ଚଳରେ ୧୮ ବର୍ଷରୁ କମ୍‌ ୧୧ ହଜାରରୁ ଅଧିକ ଝିଅ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି।

ମୁମ୍ବାଇର କମାଠିପୁରା: ଦେଶର ଦ୍ବିତୀୟ ସର୍ବବୃହତ ରେଡଲାଇଟ ଅଞ୍ଚଳ ଭାବେ କମାଠିପୁରା ପରିଚିତି ପାଇଛି। ୮୦ ଦଶକରେ ହାଜି ମସ୍ତାନ ଓ ଦାଉଦ ଇବ୍ରାହିମ ଭଳି ଗ୍ୟାଙ୍ଗଷ୍ଟରମାନେ ଏଠାକୁ ଆସୁଥିବା କୁହାଯାଏ। ରୁପେଲି ଜଗତର ଅନେକ କାହାଣୀ ଓ ଦୃଶ୍ୟରେ କମାଠିପୁରାର ଅବ୍ୟକ୍ତ ସଂଳାପ ଓ ଚେହେରା ରହିଛି।

ପୁଣେ ବୁଧୱାର ପେଠ: ବୁଧୱାର ପେଠ ଆମ ଦେଶର ତୃତୀୟ ବୃହତ ରେଡଲାଇଟ ଏରିଆ। ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଯୌନକର୍ମୀ ଏଠାରେ ରହନ୍ତି। ପୁଣେର ପୁରୁଣା ବ୍ୟବସାୟିକ ସ୍ଥାନଗୁଡ଼ିକ ମଧ୍ୟରେ ବୁଧୱାର ପେଠ ଖ୍ୟାତି ବଜାୟ ରଖିଥିଲେ ହେଁ ଏଠାରେ ଥିବା ଦେହଜୀବୀମାନେ ଅତ୍ୟନ୍ତ ଦୁଃସ୍ଥ ଭାବେ ଜୀବନ ଜିଉଁଛନ୍ତି। ବୁଧୱାର ପେଠରେ ଯୌନକର୍ମୀଙ୍କ ବାସଗୃହ ସହିତ ଅନେକ ବିଦ୍ୟୁତ ସାମଗ୍ରୀ ଦୋକାନ ଓ ବହିଦୋକାନ ରହିଛି।

ଗ୍ବାଲିଅରର ରେଶମପୁରା: ମଧ୍ୟ ପ୍ରଦେଶର ଗ୍ବାଲିଅରରେ ରହିଛି ରେଶମପୁରା ରେଡଲାଇଟ ଏରିଆ। ଏଠାକୁ ଦେହ ବ୍ୟବସାୟ ପାଇଁ ବିଦେଶୀ ତରୁଣୀମାନଙ୍କୁ ଅଣାଯାଇଥାଏ। କଲେଜ ଝିଅମାନେ ମଧ୍ୟ ଏହି ଅଞ୍ଚଳରେ ଅର୍ଥ ରୋଜଗାର ପାଇଁ ଦେହକୁ ବାଜି ଲଗାଇଥାନ୍ତି।

ସେହିପରି ଆହ୍ଲାବାଦର ମୀରଗଞ୍ଜ ମଧ୍ୟ ଭିନ୍ନ ଏକ ରେଡଲାଇଟ ଅଞ୍ଚଳ ଭାବେ ଅପଖ୍ୟାତି ପାଇଛି। ବାରାଣସୀର ଶିବଦାସପୁର, ନାଗପୁରର ଗଙ୍ଗାଯମୁନା, ମୁଜାଫରପୁରର ଚତୁର୍ଭୁଜ ସ୍ଥାନ, ମେରଠର କବାଡ଼ି ବଜାର ଓ ଭୁବନେଶ୍ବରର ମାଳିସାହି ଦେହର କ୍ଷୁଧା ମେଣ୍ଟାଇବାର ଅନ୍ୟ ଠିକଣାମାନ ପାଲଟିଛି।