ତାଜମହଲ ଦେଖଉଥିବା ଗାଇଡ୍ ଙ୍କ ଉପରେ ଖୁସି ହୋଇ ଟ୍ରମ୍ପ ଦେଲେ ଏହି ଉପହାର, ଗାଇଡ୍ କହିଲେ ମୋ ଜୀବନସାରା…

୨ ଦିନିଆ ଭାରତ ଗ୍ରସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶାବରମତି ଆଶ୍ରମ ଓ ମୋଟେରା ଷ୍ଟାଡିୟମ ପରେ ଆଗ୍ରା ଯାଇଥିଲେ ଟ୍ରମ୍ପ। ସେଠାରେ ସେ ପ୍ରେମର ପ୍ରତୀକ ତାଜମହଲ ବୁଲି ଦେଖିଥିଲେ। ତାଙ୍କୁ ପୂରା ତାଜ ମହଲ ବୁଲାଇବା ଓ ତାଜ ମହଲ ବିଷୟରେ ବତେଇବା ପାଇଁ ଜଣେ ଗାଇଡ୍ ତାଙ୍କ ସହିତ ରହିଥିଲେ। ଯାହାଙ୍କ ଉପରେ ଖୁସି ହୋଇ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଏପରି ଏକ ଉପହାର ଦେଲେ ଟ୍ରମ୍ପ ଯାହାକୁ ଦେଖି
 

୨ ଦିନିଆ ଭାରତ ଗ୍ରସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶାବରମତି ଆଶ୍ରମ ଓ ମୋଟେରା ଷ୍ଟାଡିୟମ ପରେ ଆଗ୍ରା ଯାଇଥିଲେ ଟ୍ରମ୍ପ। ସେଠାରେ ସେ ପ୍ରେମର ପ୍ରତୀକ ତାଜମହଲ ବୁଲି ଦେଖିଥିଲେ। ତାଙ୍କୁ ପୂରା ତାଜ ମହଲ ବୁଲାଇବା ଓ ତାଜ ମହଲ ବିଷୟରେ ବତେଇବା ପାଇଁ ଜଣେ ଗାଇଡ୍ ତାଙ୍କ ସହିତ ରହିଥିଲେ। ଯାହାଙ୍କ ଉପରେ ଖୁସି ହୋଇ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଏପରି ଏକ ଉପହାର ଦେଲେ ଟ୍ରମ୍ପ ଯାହାକୁ ଦେଖି ଗାଇଡ୍ ଜଣଙ୍କ ଦେଲେ ଏପରି ବୟାନ।

ଡୋନାଲ୍ଡ ଟ୍ରମ୍ପ ନିଜ ପତ୍ନୀଙ୍କ ସହ ତାଜମହଲ ଦେଖିବା ପାଇଁ ଆଗ୍ରାରେ ପହଞ୍ଚି ଥିଲେ। ସେଠାରେ ତାଙ୍କୁ ତାଜମହଲ ବୁଲାଇବା ପାଇଁ ନୀତିନ ସିଂ ନାମକ ଜଣେ ଗାଇଡ୍ ଙ୍କୁ ରଖାଯାଇଥିଲା। ଯିଏ କି ବାହାରୁ ଆସୁଥିବା ଲୋକଙ୍କୁ ତାଜ ମହଲ ବିଷୟରେ ବତେଇବା ପାଇଁ ସାହାଯ୍ୟ କରନ୍ତି। ନୀତିନ ଅନେକ ରାଷ୍ଟ୍ର ଅଧକ୍ଷଙ୍କୁ ତାଜ ମହଲ ବୁଲାଇ ସାରିଛନ୍ତି। ନୀତିନ କହିଥିଲେ ଉଭୟେ ଟ୍ରମ୍ପ ଓ ତାଙ୍କ ପତ୍ନୀ କଥା ଦେଇକି ଯାଇଛନ୍ତି କି ସେ ତାଜମହଲକୁ ଦେଖିବା ପାଇଁ ପୁଣି ଭାରତ ଆସିବେ।

ଡୋନାଲ୍ଡ ଟ୍ରମ୍ପ ନୀତିନ ସିଂ ଙ୍କ ଉପରେ ଖୁବ୍ ଖୁସି ହୋଇଥିଲେ। ଯାହା ପାଇଁ ଟ୍ରମ୍ପ ନୀତିନଙ୍କୁ ଏକ ଉପହାର ଦେଇଥିଲେ। ଉପହାରଟି ହେଉଛି ଟ୍ରମ୍ପଙ୍କ ନାମର ବ୍ୟାଚ୍। ଟ୍ରମ୍ପଙ୍କ ନାମର ବ୍ୟାଚ୍ ପାଇକି ନୀତିନ ଖୁବ୍ ଉତ୍ସାହିତ ହୋଇଥିଲେ। ଯାହାକୁ ନେଇ ନୀତିନ କହିଥିଲେ ଜୀବନ ସାରା ମୁଁ ଏହି ବ୍ୟାଚ୍ କୁ ସମ୍ଭାଳିକି ରଖିବି। ନୀତିନ କହିଥିଲେ ମୁଁ ଟ୍ରମ୍ପଙ୍କୁ ତାଜମହଲ ସହିତ ଜଡ଼ିତ ସବୁ ଛୋଟ ବଡ ସୂଚନା ତାଙ୍କୁ ବତେଇଥିଲି। ଯାହାକୁ ଶୁଣି ଟ୍ରମ୍ପ ଖୁସି ହୋଇଥିଲେ।