ବାହାଘର ବେଦୀରେ ଜଣାପଡିଲା କନ୍ୟା ହେଉଛି ବରର ପିଲାଦିନେ ହଜିଯାଇଥିବା ଭଉଣୀ, ଆଉ ତାପରେ..

 

ଚାଇନାରେ ଏକ ବିବାହ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା କେହି କଳ୍ପନା ମଧ୍ୟ କରି ପାରିବେ ନାହିଁ। ଏକ ବିବାହ ସମୟରେ ପୁଅର ମାଆ ନିଜର ବୋହୂ ହାତରେ ଏଭଳି ଏକ ଚିହ୍ନ ଦେଖିଲେ ଯାହାକୁ ଦେଖି ତାଙ୍କର ହୋସ୍ ଉଡ଼ିଗଲା ଏବଂ ସେ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ।

ବାସ୍ତବରେ ବିବାହ କରୁଥିବା ବେଳେ ବିବାହ କରୁଥିବା ଦମ୍ପତି ପ୍ରକୃତରେ ଭାଇଭଉଣୀ ବୋଲି ଜଣାପଡିଥିଲା। ବାହାଘର ପୁର୍ବରୁ ଯେତେବେଳେ ମହିଳା ଜଣକ କନ୍ୟା ହାତରେ ଏକ ଜନ୍ମ ଚିହ୍ନ ଦେଖିଲେ, ସେ ତୁରନ୍ତ ତାଙ୍କ କନ୍ୟା ଜଣକ ତାଙ୍କ ଝିଅ ବୋଲି ଚିନ୍ହି ପାରିଥିଲେ। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଚୀନ୍‌ର ଜିଆଙ୍ଗସୁ ପ୍ରଦେଶର ସୋଜୋରୁ ଆସିଛି ଏବଂ ଏହି ଘଟଣା ୩୧ ମାର୍ଚ୍ଚ ରେ ଘଟିଥିବା ବେଳେ ଏହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ତେବେ ଝିଅର ହାତରେ ଥିବା ଚିହ୍ନ ଦେଖିବା ପରେ ତାର ପିତାମାତାଙ୍କୁ ଏହା ବିଷୟରେ ପଚରା ଯିବା ପରେ ସେମାନେ ଝିଅଟିକୁ ୨୦ ବର୍ଷ ପୂର୍ବେ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ ବୋଲି ସ୍ୱୀକାର କରିଥିଲେ ଏବଂ ସେମାନେ ଝିଅଟିକୁ ରାସ୍ତା କଡ଼ରେ ପଡ଼ିଥିବାର ପାଇଥିବା କହିଥିଲେ।

ଅପର ପକ୍ଷରେ ପୁଅଟିକୁ ମଧ୍ୟ ମହିଳା ଜଣକ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରିଥିବା ପ୍ରକାଶ କରିବା ପରେ। ଉଭୟଙ୍କର ବାହାଘର ସମ୍ଭବ ହୋଇପାରିଥିଲା। ଏବଂ ଉଭୟ ପରିବାର ଏଥିରେ ନିଜର ସମ୍ମତି ପ୍ରଦାନ କରିଥିଲେ।