ନିଜ ବାହାଘରରେ ଏମିତି ନାଚିଲା ବର ଯେ ବାହାଘର ଭାଙ୍ଗିଦେଲେ କନିଆଁ, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

 

ବର ବାହାଘରରେ ଖୁବ ନାଚନ୍ତି । ସେମାନେ ଧୂଳି ଉଡ଼ାଇ ବିବାହକୁ ଉପଭୋଗ କରଥାନ୍ତି । କିନ୍ତୁ ବରକୁ ନିଜ ବାହାଘରରେ ନାଚିବା ପଡିଥିଲା ମହଙ୍ଗା । ନିଜ ବାହାଘରରେ ନାଚିଥିବା ବରର ବାହାଘର ଭାଙ୍ଗି ଯାଇଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ବରର ନୃତ୍ୟ ଦେଖି ବାହାଘର ଭାଙ୍ଗି ଦେଇଛି କନିଆଁ । ଉତ୍ତରପ୍ରଦେଶର ମେନପୁରି ଜନପଦ ଅଞ୍ଚଳରୁ ଏଭଳି ଖବର ଆସିଛି । ବରଯାତ୍ରୀ ଧୁମ ନାଚି ନାଚି କନିଆଁ ଘରେ ପହଞ୍ଚିଥିଲେ । ଝିଅ ଘର ପକ୍ଷରୁ ସ୍ୱାଗତ ମଧ୍ୟ କରିଥିଲେ ।

କିଛି ସମୟ ପରେ ବିବାହ ସମାରୋହ ଆରମ୍ଭ ହେଲା । କିନ୍ତୁ ଏହାପୂର୍ବରୁ ଜୟମାଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବର ନିଜ ସାଙ୍ଗମାନଙ୍କ ସହିତ ଜୋରରେ ନାଚିଲେ । ଏହା ଦେଖି ଝିଅଟି ରାଗିଗଲା । ବରକୁ ମଦ୍ୟପାନ କରିବା ପରେ ନାଚୁଛି ବୋଲି ଅଭିଯୋଗ କରିଥିଲେ କନିଆଁ ।

ସର୍ବପ୍ରଥମେ ସେ ତାଙ୍କ ମାତାଙ୍କୁ କହିଥିଲେ । ପରେ ସେ ବିବାହ କରିବାକୁ ମନା କରିଦେଇଥିଲେ । ସମସ୍ତଙ୍କ ସାମ୍ନାରେ କହିଥିଲେ ଯେ ସେ ମଦୁଆ ବର ସହିତ ରହିବେ ନାହିଁ । ଉପସ୍ଥିତ ଅତିଥିମାନେ ତାଙ୍କୁ ବହୁତ ବୁଝାଇଲେ । କିନ୍ତୁ ଝିଅଟି ଜିଦ୍ ଧରି ରହିଲା । ଶେଷରେ ବାର ଏକ ଶିଶୁପାଳ ଭାବରେ ଘରକୁ ଫେରିଥିଲେ ।