"ଲଭ୍ କେ ଲିଏ ସାଲା କୁଛ ଭି କରେଗା" ପ୍ରେମିକା ବେଶରେ ପରୀକ୍ଷା ଦେବାପାଇଁ ଆସିଥିଲା ପ୍ରେମିକ, କିନ୍ତୁ ଏମିତି ହେଲା ଯେ….

 

ସିନେମାରେ ଆପଣ ନିଶ୍ଚିତ ଭାବରେ ଡ଼ାଏଲଗ୍ ଶୁଣିଥିବେ 'ଲଭ୍ ପାଇଁ କୁଛ ଭି କରେଗା'। କିନ୍ତୁ, ଆଜି ଆମେ ଯାହାଙ୍କ ବିଷୟରେ କଥା ହେବାକୁ ଯାଉଛେ ସେ ବୋଧେ ଏହାକୁ ଅତି ଗମ୍ଭୀରତାର ସହିତ ନେଇ ଯାଇଥିଲେ। କାରଣ ଏହି ବ୍ୟକ୍ତି ଜଣକ ନିଜ ପ୍ରେମିକା ପାଇଁ ଝିଅ ବେଶ ଧରିବାକୁ ମଧ୍ୟ ପଛାଇ ନାହାଁନ୍ତି। କେବଳ ଯେ ସେତିକି ତାହା ନୁହେଁ ବରଂ ସେ ପ୍ରେମିକା ବଦଳରେ ବେଶ ବଦଳାଇ ପରୀକ୍ଷା ଦେବାକୁ ଯାଇଥିଲେ।

Follow our WhatsApp channel and get all the Latest news.

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-

WhatsApp Channel (Join Now) Join Now

 

ପଞ୍ଜାବ ସ୍ଥିତ ଫରିଦ୍ କୋର୍ଟ ଠାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଯୁବକଙ୍କ ନାମ ଅଂଗ୍ରେଜ ସିଂ ଅଟେ। ହାତରେ ଚୁଡ଼ି, ଦେହରେ ଚୁଡ଼ିଦାର ସଲୱାର୍ ଏବଂ ମୁହଁରୁ ଦାଢ଼ି କାଟି ଅଂଗ୍ରେଜ ପରୀକ୍ଷା ଦେବା ପାଇଁ ସେଣ୍ଟରରେ ପହଞ୍ଚି ଯାଇଥିଲେ। ସବୁଠାରୁ ବଡ଼ କଥା ହେଉଛି ପରୀକ୍ଷା ଅଂଗ୍ରେଜଙ୍କ ସ୍ତ୍ରୀ ପରମଜିତ୍ ସିଂଙ୍କର ରହିଥିଲା କିନ୍ତୁ, ଅଂଗ୍ରେଜ ବେଶ ବଦଳାଇ ମିଛ ଆଇଡ଼ି କାର୍ଡ ଧରି ଆସିଥିଲେ। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ୭ ତାରିଖରେ କୋଟପୁରା DAV ପବ୍ଲିକ ସ୍କୁଲରେ ବାବା ଫରିଦ୍ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ମଲ୍ଟି ପରପୋଜ୍ ହେଲଥ ୱାର୍କରସ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ପରମଜିତ୍ ପରୀକ୍ଷା ଦେବାକୁ ଥିବାବେଳେ ଅଂଗ୍ରେଜ ବେଶ ବଦଳାଇ ସେଠାରେ ପହଞ୍ଚି ଯାଇଥିଲେ।

ନିଜକୁ ପରମଜିତ୍ ସାବ୍ୟସ୍ତ କରିବା ପାଇଁ ଅଂଗ୍ରେଜ ବେଶ ବଦଳାଇବା ସହିତ ଆଇଡ଼ି କାର୍ଡ ଏବଂ ଭୋଟର ପରିଚୟ ପତ୍ରରେ ନିଜର ଫୋଟୋ ପେଷ୍ଟ କରି ଆଣିଥିଲେ। ସନ୍ଦେହ ହେବାରୁ ତାଙ୍କୁ ବାୟୋମେଟ୍ରିକ୍ ଟେଷ୍ଟ ଦେବାକୁ ପଡିଥିଲା। ଯେଉଁଥିରେ ତାଙ୍କର ସବୁ ଚାଲାକି ସାମ୍ନାକୁ ଆସିଥିଲା।

<a href=https://youtube.com/embed/hizAooiKsLg?autoplay=1&mute=1><img src=https://img.youtube.com/vi/hizAooiKsLg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏହି ଘଟଣା ସାମ୍ନାକୁ ଆସିବା ପରେ ବାବା ଫରିଦ୍ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଅଂଗ୍ରେଜ ସିଂହଙ୍କ ପ୍ରେମିକା ପରମଜିତ କୌରଙ୍କ ଆବେଦନକୁ ଖାରଜ କରାଯାଇଛି। ଏଥିସହିତ ଅଂଗ୍ରେଜ ସିଂକୁ ଧରାଯାଇ ପୋଲିସ ଜିମା ଦିଆଯାଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ:- ରାମ ମନ୍ଦିରକୁ ଦାନ ଦେଇ କଲେ ରେକର୍ଡ ଏହି ୨ଜଣ, ଦେଲେ ସବୁଠାରୁ ଅଧିକ ଦାନ, ଜାଣନ୍ତୁ କେତେ