ଆଉ ଚାଲିବନି ୨୦୦୦ଟଙ୍କିଆ ନୋଟ? ହୋଇଯିବ ବନ୍ଦ! ଅର୍ଥମନ୍ତ୍ରୀଙ୍କ କଥା ଶୁଣି ଉଡିଯିବ ହୋସ

 

ଭାରତରେ ବିମୁଦ୍ରୀକରଣକୁ ବିତିଗଲାଣି ପ୍ରାୟ ୬ ବର୍ଷ। ସେହି ସମୟରେ ପ୍ରଚଳିତ ହେଉଥିବା ୨୦୦୦ ଟଙ୍କିଆ ନୋଟ୍ ଗୁଡିକ କିନ୍ତୁ ଏବେ ମାର୍କେଟରେ ସେତେ ମାତ୍ରାରେ ଦେଖିବାକୁ ମିଳୁନାହିଁ। ଏପରିକି ଏଟିଏମ୍ ରୁ ଟଙ୍କା କାଢ଼ିଲା ବେଳେ ଅଧିକ ୫୦୦ ଏବଂ ୨୦୦ ଟଙ୍କିଆ ନୋଟ ଗୁଡିକ ହିଁ ବାହାରୁଛି।

ତେବେ, ସାଧାରଣ ଲୋକଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଠୁଛି ଯେ କ'ଣ ୨୦୦୦ ଟଙ୍କିଆ ନୋଟକୁ ମଧ୍ୟ ବନ୍ଦ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର? ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ସଂସଦରେ ଏ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଲୋକସଭାରେ ସାଂସଦ ସନ୍ତୋଷ କୁମାର ଅର୍ଥମନ୍ତ୍ରୀଙ୍କୁ ଏଥିନେଇ ପ୍ରଶ୍ନ ପଚାରିବା ପରେ ସେ ଏହାର ଉତ୍ତର ରଖିଛନ୍ତି।

ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୧୭ ଏବଂ ମାର୍ଚ୍ଚ ୨୦୨୨ ରେ ମୋଟ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟଗୁଡ଼ିକର ମୂଲ୍ୟ ୯.୫୧୨ ଲକ୍ଷ କୋଟି ଏବଂ ୨୭.୦୫୭ ଲକ୍ଷ କୋଟି ଥିଲା। ବଜାରରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ କମିଥିଲେ ହେଁ ସରକାର ଏହାକୁ ବନ୍ଦ କରିବାକୁ କୌଣସି ପ୍ରକାର ନିର୍ଦେଶ ଦେଇନଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ଅବଶ୍ୟ ୨୦୧୯-୨୦ ବର୍ଷ ଠାରୁ ୨୦୦୦ ଟଙ୍କା ନୋଟ୍ ଛପା ହୋଇନାହିଁ ବୋଲି ସେ ସୂଚନା ଦେଇଛନ୍ତି।