ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼, ବିଦ୍ୟାଭାରତୀଙ୍କ ବଢ଼ିଲା ଟେନସନ୍ !

 
ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଆଜି ତାର ତଦନ୍ତ ରିପୋର୍ଟ ପେସ୍ କରିଛି। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ କ୍ରାଇମବ୍ରାଞ୍ଚ୍ ଜାଲରେ ଫଶିଯାଇଛନ୍ତି। କ୍ରାଇମବ୍ରାଞ୍ଚ କହିବା ଅନୁଯାଇ ସୌମ୍ୟ ଜଳି ଯାଉଥିବା ବେଳେ ପତ୍ନୀ ଵିଦ୍ୟାଭାରତୀ ତାଙ୍କୁ ବଞ୍ଚାଇବା ପାଇଁ ଉଚିତ ପଦକ୍ଷେପ ନେଇ ନଥିଲେ।

ଏଥିସହିତ କ୍ରାଇମବ୍ରଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସ ମିଟ ରେ ସୌମ୍ୟ ଓ ବିଦ୍ୟାଙ୍କ ସମ୍ପର୍କକୁ ନେଇ କରିଛି ବଡ଼ ଖୁଲାସା କରିଛନ୍ତି। ଏଡିଜିଙ୍କ କହିବା ଅନୁଯାଇ ବିଦ୍ୟା ଓ ସୋମ୍ୟଙ୍କ ଦାମ୍ପତ୍ୟ ଜୀବନ କିଛି ଠିକ୍ ଚାଲି ନଥିଲା। ସୌମ୍ୟ ନିଆଁରେ ଜଳି ଯାଉଥିବା ସମୟରେ ବିଦ୍ୟା କୌଣସି ପ୍ରକାର ପଦକ୍ଷେପ ନେଇ ନଥିଲେ ଏପରିକି ତାଙ୍କୁ ଉଦ୍ଧାର କରିବା ପାଇଁ କାହାକୁ ଡାକିନଥିଲେ। ଘର ଭିତରେ ସୌମ୍ୟ ୯୦ ପ୍ରତିଶତ ଜଳି ଯାଇଥିଲେ ହେଁ ବିଦ୍ୟା କଣ ପାଇଁ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିନଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ବିଦ୍ୟା ଭାରତୀ ଏବେ ଆଇନ୍ ଜାଲ ରେ। କ୍ରାଇମବ୍ରାଞ୍ଚ ତଦନ୍ତରେ ଏହି ତଥ୍ୟ ସବୁ ପ୍ରମାଣିତ ହେବା ପରେ ବିଦ୍ୟା ଙ୍କ ନାଁ ରେ ଚାର୍ଜସିଟ ଦାଖଲ କରାଯାଇଛି। ଚାର୍ଜସିଟରେ ବିଦ୍ୟାଙ୍କ ଉପରେ ୨୮୫ ଓ ୩୦୪- ଏ ଦଫା ଲାଗିଛି। ଅନ୍ୟପକ୍ଷରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍ ଚିଟ ଦେଇଛି କ୍ରାଇମବ୍ରାଞ୍ଚ। ଏଥିସହିତ ବିଦ୍ୟା ଓ ଡିଏଫଓଙ୍କ ଭିତରେ ସେମିତି କୌଣସି ସମ୍ପର୍କ ନାହିଁ ବୋଲି କହିଛି କ୍ରାଇମବ୍ରାଞ୍ଚ।