ଛାଡ଼ପତ୍ର ପରେ ଅନୁଭବଙ୍କ ଠାରୁ ଏହି ସବୁ ଜିନିଷ ଫେରାଇ ନେବେ ବର୍ଷା, ଏଥିରେ ସାମିଲ ରହିଛି ଦାମୀ ଗାଡ଼ି ଏବଂ...

 

ଓଲିଉଡ଼ ଷ୍ଟାର ଦମ୍ପତ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଘଟୁଥିବା ପାରିବାରିକ କଳହ କାହାକୁ ଅବା ଅଛପା ରହିଛି। ଉଭୟଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ମାମଲା ଚାଲିବା ପରେ ଏବେ ଛାଡ଼ପତ୍ର ଯାଏଁ କଥା ପହଞ୍ଚି ସାରିଛି। ଯଦି ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦିଅନ୍ତି ତେବେ ବର୍ଷା କେତେ ଟଙ୍କା ଫେରି ପାଇବେ? 

ସାଧାରଣତଃ ଛାଡ଼ପତ୍ର କ୍ଷେତ୍ରରେ ଝିଅଟିଏ ଯାହା କିଛି ଶାଶୂଘରକୁ ଯୌତୁକ ବାବଦକୁ ଆଣିଥାଏ ସେହି ସବୁକୁ ସେ ଯିବା ସମୟରେ ଫେରାଇ ନେଇଥାଏ। ଏବେ ବର୍ଷା ସୁନା ହାର, ସୁନା ଚୁଡ଼ି, ୧୫ ଲକ୍ଷ ଟଙ୍କା ଏବଂ ଅଡ଼ି ଗାଡି ଯୌତୁକ ଆଣିଥିବା କୁହାଯାଉଛି।

ଯଦି ଛାଡ଼ପତ୍ର ହୁଏ ତେବେ ବର୍ଷା ଏହିସବୁ ଜିନିଷ ଅନୁଭବଙ୍କ ଘରୁ ଫେରି ପାଇବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ଷା ଏବଂ ଅନୁଭବ ପ୍ରେମ ବିବାହ କରିଥିଲେ। ତେଣୁ ଉଭୟଙ୍କ ପରିବାର ମଧ୍ୟରେ ଯୌତୁକ ନେଇ କୌଣସି କଥାବାର୍ତ୍ତା ହୋଇନଥିଲା। ବର୍ଷା ବିବାହ ପରେ ନିଜ ସ୍ବଇଚ୍ଛାରେ କିଛି ଜିନିଷ ଶାଶୂଘରକୁ ନେଇ ଆସିଥିଲେ।

ଏବେ ଛାଡ଼ପତ୍ର ପରେ ସେ ଏହି ସବୁ ଜିନିଷ ଫେରାଇ ନେବେ। ଏହା ଭିତରେ ଅନୁଭବ ଚଢୁଥିବା ଦାମୀ ଅଡ଼ି କାର୍ ମଧ୍ୟ ସାମିଲ ରହିଛି। ତେବେ, ବର୍ଷା ଆଣିଥିବା ଟିଭି, ଫ୍ରିଜ଼, ଖଟ ଯାହା ବି ହେଉ ସବୁ ସେ ଫେରାଇ ନେବେ। କିଛି ଜିନିଷ ଖରାପ ହୋଇଯାଇଥିଲେ ଅନୁଭବ ଏହା ବଦଳରେ ନୂଆ କିଣି ଦେବେ। ଆଗକୁ ଛାଡ଼ପତ୍ର ପରେ ବର୍ଷା ଅନୁଭବଙ୍କ ଠାରୁ କଣ କଣ ନେଉଛନ୍ତି ତାହା ଦେଖିବା ବାକି ରହିଛି।

ଆହୁରି ପଢ଼ନ୍ତୁ:- ଆପଣଙ୍କ ପାଦ ବି ସବୁବେଳେ ଥଣ୍ଡା ରହୁଥିଲେ ଶରୀର ଦେଉଛି ଏହିସବୁ ଅଭାବର ସଙ୍କେତ, ଅଣଦେଖା କଲେ ବଢିପାରେ ସମସ୍ୟା